ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

କଡା ଟକ୍କର : କେରଳ ବାୟନାଡରୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢ଼ିବେ ସ୍ମୃତି ଇରାନୀ !

31/03/2019 at 5:11 PM

ନୂଆଦିଲ୍ଲୀ ୩୧/୩ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଠି ସାୟା କେରଳର ବାୟନାଡ ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି | ଅମେଠିରେ ରାହୁଲ ଗାନ୍ଧୀଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ | ବିଜେପି ଅମେଠି ସହ ବାୟନାଡରେ ମଧ୍ୟ ରାହୁଲଙ୍କୁ କଡା ଟକ୍କର ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଛି | ତେବେ ବିଜେପି ରାହୁଲଙ୍କ ବିପକ୍ଷରେ ସ୍ମୃତି ଇରାନୀଙ୍କୁ ବାୟନାଡ ଆସନରୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି |


୨୦୧୪ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡା ଟକ୍କର ଦେଇଥିଲେ | ୨୦୦୯ ଲୋକସଭା ନିର୍ବାଚନରେ ମାତ୍ରାଧିକ ଭୋଟରେ ବିଜୟୀ ହୋଇଥିବା ରାହୁଲଙ୍କୁ ୨୦୧୪ ଲୋକସଭା ନିର୍ବାଚନ ମହଙ୍ଗା ପଡିଥିଲା | ପୁଣିଥରେ ମୋଦି ଲହରରେ ବିଜେପି ଅମେଠି ଆସନ ଜିତିବା ପାଇଁ ଦାବି କରୁଛି |


ସ୍ମୃତି ଇରାନୀ ସବୁବେଳେ ରାହୁଲଙ୍କୁ ନେଇ ବୟାନ ବାଜି କରି ଆସୁଛନ୍ତି | ଚାଳିତଥର କଂଗ୍ରେସର ଚକ୍ରବ୍ୟୁହ ଭାଙ୍ଗିବା ପାଇଁ ବିଜେପି ସବୁ ପ୍ରକାର ଉଦ୍ୟମ ଜାରି ରଖିଛି | ବିଜେପି ଦକ୍ଷିଣ ଭାରତରୁ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ମୈଦାନଙ୍କୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି | ତେବେ ବାୟନାଡରୁ ବିଜେପି ସ୍ମୃତି ଇରାନୀଙ୍କୁ ଟିକେଟ ଦେଇପାରେ |


କେରଳର ବିଜେପି ଅଧ୍ୟକ୍ଷ ଶ୍ରୀଧରନ ପିଲ୍ଲାଇ ପୂର୍ବରୁ କହିଥିଲେ ଯେ, ଯଦି କଂଗ୍ରେସ ଏହି ଆସନ ଫାଇନାଲ କରେ ତା’ହେଲେ ବାୟନାଡ ଆସନରେ କଡା ଟକ୍କର ହେବ | ଦଳର ଜଣେ ବରିଷ୍ଠ ନେତା ଏହି ସନରୁ ଲଢ଼ିବେ ବୋଲି କହିଥିଲେ ପିଲ୍ଲାଇ |

   Related Posts