scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସ୍ମୃତି ଇରାନୀ; ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଲେ ଅପପୃଷ୍ଟିରେ ଓଡିଶା ୧-ନମ୍ବର

7/10/2018 at 1:46 PM

ଭୁବନେଶ୍ୱର ୭/୧୦ : ଆଜି ଭୁବନେଶ୍ୱର ଆସିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ | ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପାଇଁ ଓଡିଶା ଆସିଛନ୍ତି ସ୍ମୃତି ଇରାନୀ | ବୈଠକକୁ ଉଦଘାଟନ କରିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ | ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ବିଜେପି ରଣନୀତି ପ୍ରସ୍ତୁତ କରୁଛି | ବୈଠକରେ ମୁଖ୍ୟତଃ ୩ଟି ପ୍ରସଙ୍ଗରେ ଫୋକସ ଦେଇଛି ବିଜେପି | ସଂଗଠନ, ଜାଗରଣ ଏବଂ ଆନ୍ଦୋଳନ ନେଇ ଆଲୋଚନା ହୋଇଛି | ତୃଣମୂଳ ସ୍ଥରରେ ସଂଗଠନକୁ ମଜବୁତ କରିବା ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ ହେବ ବୋଲି କହିଛି ବିଜେପି | ସ୍ଥାନୀୟ ସମସ୍ୟାକୁ ନେଇ ଦଳୀୟ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇବେ | ୧୨୦ ପ୍ଲସ ଲକ୍ଷ୍ୟକୁ ହାସଲ କରିବାକୁ ଦଳ ଆଜି ସଂକଳ୍ପ ନେଇଛି ବୋଲି କହିଛନ୍ତି ସ୍ମୃତି | ତେବେ ଏହି ଲକ୍ଷ କେବଳ ସିଟ ହାସଲ ପାଇଁ ନୁହେଁ ବରଂ ଏହା ଜନ ସାଧାରଣଙ୍କ ଉତ୍ଥାନ, ମହିଳାଙ୍କୁ ଏକ ସୁରକ୍ଷିତ ରାଜ୍ୟ ଦେବା, ଚାଷୀଙ୍କୁ ନ୍ୟାୟ, ଅପପୃଷ୍ଟି ପିଲାଙ୍କୁ ପୋଷଣ ଯୋଗେଇଦେବା, ଯୁବପିଢ଼ିକୁ ଚାକିରୀ ଦେବା ଇତ୍ୟାଦି ଲକ୍ଷ୍ୟ ବିଜେପି ରଖିଛି ବୋଲି କହିଛନ୍ତି ସ୍ମୃତି | ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଯେ, ନବୀନ ବାବୁ କେବଳ ରାଜ୍ୟର ବିକାଶରେ ବିଫଳ ହୋଇନାହାନ୍ତି ବରଂ ମହିଳାଙ୍କୁ ସୁରକ୍ଷା ଦେବାରେ ମଧ୍ୟ ଅସଫଳ ହୋଇଛନ୍ତି | ସେ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ବିଧାନସଭାରେ ଏହା ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ମହିଳା ଓ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି, ଦେଶରେ ଅପପୃଷ୍ଟିରେ ଓଡିଶା ୧ ନମ୍ବରରେ ରହିଛି | ପ୍ରତିଦିନ ରାଜ୍ୟରେ ଯେକୌଣସି ସ୍ଥାନରେ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ନେବା ଦୃଶ୍ୟ ମଧ୍ୟ ସବୁଦିନ ଦେଖିବାକୁ ମିଳୁଛି | ତଥାପି ରାଜ୍ୟ ସରକାର ଆୟୁସ୍ମାନ ଭାରତ ଯୋଜନା ଲାଗୁ ନକରିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ମୃତି ଇରାନୀ | ତେବେ ଆୟୁସ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ନଦେଖି ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଛନ୍ତି ବୋଲି କହିଛନ୍ତି ସ୍ମୃତି |

   Related Posts