ନାମାଙ୍କନ ପତ୍ର ଦାଖଲବେଳେ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଖୋଲିଲା ପୋଲ୍, ଜାଣନ୍ତୁ ପ୍ରକୃତରେ କଣ ପଢିଛନ୍ତି ସେ

Published By : Prameya-News7 Bureau | April 12, 2019 IST

ନୂଆଦିଲ୍ଲୀ ୧୨|୪: ଆମେଠି ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନ ଲଢିବେ। ସ୍ମୃତି ନାମାଙ୍କନପତ୍ର ଦାଖଲ କରିବା ପରେ ନିର୍ବାଚନ ଆୟୋଗଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ସ୍ମୃତି ତାଙ୍କର ଶିକ୍ଷାଗତ ଯୋଗ୍ୟତା ନେଇ ସତ୍ୟପାଠରେ ଦେଇଥିବା ତଥ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସତ୍ୟପାଠରେ ସ୍ମୃତି ଦର୍ଶାଇଛନ୍ତି ଯେ, ସେ ସ୍ନାତକ ସମ୍ପୂର୍ଣ୍ଣ କରିନାହାନ୍ତି। ଏମିତି କହି ସ୍ମୃତି ପ୍ରଥମ ଥର ପାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଉପରୁ ପରଦା ହଟାଇଛନ୍ତି ।

{"id":102701,"width":578,"height":356}

ସେ ସତ୍ୟପାଠରେ ସ୍ପଷ୍ଟଭାବେ ଦର୍ଶାଇଛନ୍ତି ଯେ ତିନି ବର୍ଷିଆ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିନାହାନ୍ତି। ନାମାଙ୍କନପତ୍ରରେ ଉଚ୍ଚଶିକ୍ଷା କାଟାଗୋରିରେ ସ୍ମୃତି ଦର୍ଶାଇଛନ୍ତି ଯେ ୧୯୯୪ରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପତ୍ରବିନିମୟ ମାଧ୍ୟମରେ ବାଚେଲର ଅଫ୍ କମର୍ସ ପାର୍ଟ-୧ ପାଇଁ ନାମ ଲେଖାଇଥିଲେ। ତେବେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିବା  ବୋଲ୍ଡ ଅକ୍ଷରରେ ଲେଖିଛନ୍ତି । ଥ୍ରି ଇୟର୍ସ ଡିଗ୍ରୀ କୋର୍ସ ନଟ୍ କମ୍ପ୍ଲିଟେଡ… ସ୍ମୃତି ୨୦୧୭ରେ ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ ସତ୍ୟପାଠରେ ଏହି ତଥ୍ୟ ଦେଇଥିଲେ।

{"id":102702,"width":576,"height":354}

୨୦୧୪ରେ ଆମେଠିରେ ଯେତେବେଳେ ସେ ପ୍ରଥମଥରପାଇଁ ନିର୍ବାଚନ ଲଢିଥିଲେ ସେତେବେଳେ ମଧ୍ୟ ସତ୍ୟପାଠରେ ଉଚ୍ଚଶିକ୍ଷା କାଟେଗୋରିରେ ବ୍ୟାଚଲର ଅଫ୍ କମର୍ସ ପାର୍ଟ-୧ ଦର୍ଶାଇଥିଲେ। ତେବେ ୨୦୦୪ରେ ଯେତେବଳେ ସେ ଦିଲ୍ଲୀର ଚାନ୍ଦିନିଚୌକରୁ କଂଗ୍ରେସ ନେତା କପିଲ ସିବଲଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ ସେତେବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବ୍ୟାଚେଲର ଅଫ୍ ଆର୍ଟସ, ଦିଲ୍ଲୀ ବିଶ୍ବବିଦ୍ୟାଳୟ,୧୯୯୬  ଦର୍ଶାଇଥିଲେ।

{"id":102703}

ସେବେଠୁ ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ବିବାଦ ଲାଗି ରହିଛି। ସ୍ମୃତିଙ୍କ ସତ୍ୟପାଠ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ । ସେ କହିଛନ୍ତି ଯେ, ଏବେ ଖୁବ୍ ଶୀଘ୍ର ଏକ ନୂଆ ସିରିଅଲ ଛୋଟ ପରଦାକୁ ଆସିବ। ଯାହାର ଟାଇଟଲ କ୍ୟୁଁକି ମନ୍ତ୍ରୀ ଭି କଭି ଗ୍ରାଜୁଏଟ୍ ଥି । ଶିକ୍ଷାଗତ ଯୋଗ୍ୟତା ନେଇ ସ୍ମୃତି ସତ୍ୟପାଠ ମାଧ୍ୟମରେ ଗୋଟିଏ କଥା କାଏମ ରଖିଛନ୍ତି ଯେ, କୌଣସି ପ୍ରକାର ଗ୍ରାଜୁଏଟ୍ ଦ୍ବାଦଶ ଶ୍ରେଣୀର ବନିଯାନ୍ତି । ଏହା ମୋଦି ସରକାରଙ୍କ ଅମଳରେ ହୋଇଛି ଏବଂ ମୋଦି ସରକାରରେ କେବଳ ଏହା ସମ୍ଭବ ବୋଲି କଟାକ୍ଷ କରିଛନ୍ତି ପ୍ରିୟଙ୍କା ଚୁତୁର୍ବେଦୀ।

wp:core-embed/twitter {"url":"https://twitter.com/ANI/status/1116578493628698624","type":"rich","providerNameSlug":"twitter","className":""}
https://twitter.com/ANI/status/1116578493628698624
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.