ସ୍ମୃତି ଇରାନି କହିଲେ- ନ୍ୟାୟ ପାଇଁ ନୁହେଁ, ରାଜନୀତି ପାଇଁ କଂଗ୍ରେସ କରୁଛି ହାଥରସ ଯାତ୍ରା
3/10/2020 at 2:22 PM

ଲକ୍ଷ୍ମୌ ୦୩/୧୦: ଉତ୍ତର ପ୍ରଦେଶର ଚର୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ଉତ୍ତେଜନା ଲାଗି ରହିଛି। ଏହା ସହ ରାଜନୈତିକ କନ୍ଦଳ ମଧ୍ୟ। ଅନ୍ୟପଟେ ଏ ମାମଲାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
ଏବେ ଯୋଗୀ ସରକାରଙ୍କ ସପକ୍ଷରେ ବାହାରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି । ସେ କହିଛନ୍ତି ଲୋକମାନେ କଂଗ୍ରେସର ରଣନୀତି ଜାଣନ୍ତି। ସେଥିପାଇଁ ଜନତା ୨୦୧୯ରେ ବିଜେପି ପାଇଁ ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ।
ଏହା ସହ ସେ କହିଛନ୍ତି ଲୋକମାନେ ଜାଣନ୍ତି ଯେ ହାଥରସ ଯାତ୍ରା କଂଗ୍ରେସ ରାଜନୀତି ପାଇଁ କରୁଛି। ପୀଡ଼ିତାଙ୍କ ନ୍ୟାୟ ପାଇଁ ନୁହେଁ। ସ୍ମୃତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। ଯୋଗୀ ସ୍ମୃତିଙ୍କୁ ସୁନିଶ୍ଚିତ କରିଛନ୍ତି ଯେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନିହାତି ମିଳିବ। ତେବେ ସ୍ମୃତି ଇରାନି ବନାରସରେ ଆଜି ସକାଳ ସାଢ଼େ ୧୦ଟାରେ ଲାଲ ବାହାଦୁର ଶାସ୍ତ୍ରୀ ଏୟାରପୋର୍ଟ ପହଞ୍ଚିଲେ। ଏହା ପରେ ସେଠାରୁ ସେ ସର୍କିଟ ହାଉସ ଗଲେ। ସେଠାରେ ସ୍ମୃତି ହାଥରସ ମାମଲାରେ ଗଣମାଧ୍ୟମ ସାମ୍ନାରେ ଏହି ମତ ରଖିଛନ୍ତି।