ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ସ୍ମୋକ ବମ୍ ହମଲା, ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବିସ୍ପୋରଣ
15/04/2023 at 9:29 AM

ନୂଆଦିଲ୍ଲୀ ୧୫/୦୪: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ନିର୍ବାଚନୀ ଭାଷଣ ଦେଉଥିବା ବେଳେ ବୋମା ବିସ୍ପୋରଣ । ଓ୍ୱାକାୟାମା ସହରରେ ଫୁମିଓ କିସିଦା ଭାଷଣ ଦେବାର ଠିକ ଆଗରୁ ସ୍ମୋକ୍ ବମ୍ରେ ହମଲା କରାଯାଇଥିଲା । ସ୍ମୋକ୍ ବମ୍ ଯୋଗୁ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ତାଙ୍କୁ ସୁରକ୍ଷାକର୍ମୀମାନେ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ ।
岸田さんの演説でまさか目の前で… pic.twitter.com/RcXWnYbuzB
— ゆき (@yukiko_070) April 15, 2023
ଘଟଣା ପରେ ସେଠାରେ ଭିଡ ଦେଖିବାକୁ ମିଳିଥିଲା । ଜମା ହୋଇଥିବା ଲୋକ ଦୌଡିବାକୁ ଲାଗିଥିଲେ । ଏହି ଭିଡ ଭିତରୁ ପୋଲିସ ଜଣଙ୍କୁ ଗିରଫ କରିଛି । ୮ମାସ ଆଗରୁ ୨୦୨୨ ଜୁଲାଇ ୮ ତାରିଖରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ସମୟରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏବେ ପୁଣି ଥରେ ସେମିତି ଏକ ହମଲା ହୋଇଛି ।