ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘ବାର୍ଡ ୱିମେନ୍’ ଭାବେ ପରିଚିତ ସ୍ମିତା, ଘରକୁ ଆସନ୍ତି ଭଳିକି ଭଳି ପକ୍ଷୀ

4/10/2022 at 12:20 PM

ନୂଆଦିଲ୍ଲୀ ୦୪।୧୦: ପୁନେର ଚନ୍ଦନ ନଗର ନିବାସୀ ସ୍ମିତା ପାସଲକର ସ୍ଥାନୀୟ ଅଞ୍ଚଳରେ ‘ବାର୍ଡ ୱିମେନ୍ ଭାବେ ପରିଚିତ । ପ୍ରତିଦିନ ତାଙ୍କ ବାଲ୍କୋନିକୁ ଶତାଧିକ ପକ୍ଷୀ ବିଶେଷ କରି ଶୁଆ ଖାଇବାକୁ ଆସିଥାନ୍ତି । ସମୟ ସମୟରେ ଗୁଣ୍ଡୁଚିମୂଷା ବି ଆସନ୍ତି । ସ୍ମିତା ପେସାରେ ଜଣେ ଫ୍ୟାଶନ୍ ଡିଜାଇନର । ତେବେ ପିଲାଦିନରୁ ତାଙ୍କ ମନରେ ପକ୍ଷୀଙ୍କ ପ୍ରତି ଖୁବ୍ ସ୍ନେହ ଭାବ ଥିଲା । ସ୍ମିତାଙ୍କ ବାପା ନିଜ ବଗିଚାରେ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଦେଉଥିଲେ । ତାକୁ ଦେଖି ସେ ଯେଉଁଠାକୁ ଗଲେ ବି ପକ୍ଷୀଙ୍କୁ ଖାଦ୍ୟ ଦେବା ଜାରି ରଖିବେ ବୋଲି ମନେ ମନେ ସଂକଳ୍ପ ନେଇଥିଲେ ।

ତେଣୁ ଛଅବର୍ଷ ତଳେ ପୁନେର ଏକ ଆପାର୍ଟମେଣ୍ଟକୁ ସିଫ୍ଟ ହେବା ପରେ ସେ ପକ୍ଷୀଙ୍କୁ ଖାଇବାକୁ ଦେବାକୁ ଚିନ୍ତା କଲେ । ତାଙ୍କ ନିକଟରେ ଏଇୟା ସମସ୍ୟା ଥିଲା ଯେ ସେହି ଅଞ୍ଚଳରେ ଗୋଟିଏ ବି ପକ୍ଷୀ ଦେଖା ଯାଉନଥିଲେ । ତେଣୁ ପକ୍ଷୀଙ୍କୁ ଆକୃଷ୍ଟ କରିବାକୁ ସେ ପ୍ରଥମେ ବାଲ୍କୋନିରେ କିଛି ଗଛ ଲଗାଇଲେ । ପାଖରେ ଗୋଟିଏ ଗିନାରେ କିଛି ଖାଦ୍ୟ ରଖିଦେଲେ । ତାଙ୍କର ଏହି ଉଦ୍ୟମ ଫଳବତୀ ହେଲା । ଧୀରେ ଧୀରେ ତାଙ୍କର ବାଲ୍କୋନିରେ ପକ୍ଷୀମାନଙ୍କର ସମାଗମ ହେବାକୁ ଲାଗିଲା । ଏକରୁ ଦୁଇ ତିନି ହୋଇ ବତ୍ତର୍ମାନ ଶତାଧିକ ପକ୍ଷୀ ତାଙ୍କ ବାଲକୋନିକୁ ଆସୁଛନ୍ତି । ସଂଖ୍ୟା ବଢ଼ିବାରୁ ସେମାନଙ୍କୁ ସେ ଅନେକଗୁଡ଼ିଏ ଗିନାରେ ଖାଦ୍ୟ ଦେଉଛନ୍ତି ।

ପ୍ରତିମାସରେ ପକ୍ଷୀଙ୍କ ଲାଗି ସ୍ମିତା ପ୍ରାୟ ୫୦ କିଲୋ ଚାଉଳ କିଣିଥାନ୍ତି । ଏହାଛଡ଼ା ବାଦାମ ଗୁଣ୍ଡ, ସୋୟାବିନ୍ ମଞ୍ଜି ଓ ଅନ୍ୟ କିଛି ଖାଦ୍ୟ ଦେଇଥାନ୍ତି । ପକ୍ଷୀଙ୍କୁ ଖାଦ୍ୟ ଦେବା, ସେମାନଙ୍କର ବସିବା ସ୍ଥାନକୁ ପରିଷ୍କାର କରିବା ଇତ୍ୟାଦିରେ ତାଙ୍କର ପ୍ରତିଦିନ ପ୍ରାୟ ୨ ଘଣ୍ଟା ସମୟ ଯାଇଥାଏ । ଏହା ତାଙ୍କର ଦୈନନ୍ଦିନର ରୁଟିନ୍ ପାଲଟି ଯାଇଛି । ତାଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଲୋକ ମଧ୍ୟ ପକ୍ଷୀଙ୍କ ଲାଗି ନିଜ ଛାତରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା କଲେଣି ।

   Related Posts