ଏସଏମସି ତାପଜ ବିଦ୍ୟୁତ କେନ୍ଦ୍ରରେ ଦୁର୍ଘଟଣା; ଶ୍ରମିକ ଗୁରୁତର

Published By : Prameya-News7 Bureau | November 28, 2022 IST

ଝାରସୁଗୁଡ଼ା ୨୮/୧୧: ଏସଏମସି ତାପଜ ବିଦ୍ୟୁତ କେନ୍ଦ୍ରରେ ଦୁର୍ଘଟଣାରେ ଶ୍ରମିକ ଗୁରୁତର। ଗୁରୁତର ଶ୍ରମିକଙ୍କ ପରିଚୟ ମହାବୀର ମାଝି। ଏହି ଦୁର୍ଘଟଣାର ଶୀକାର ହୋଇ ମହବୀରଙ୍କ ଶରୀରର ୭୦ ଭାଗ ପୋଡ଼ିଯାଇଛି। ତାଙ୍କୁ ପ୍ରଥମେ ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାଉରକେଲାରେ ଥିବା ଇସ୍ପାତ ଜେନେରାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

{"id":714729,"width":438,"height":221,"sizeSlug":"full","linkDestination":"none"}
ଦୁର୍ଘଟଣା ଗ୍ରସ୍ତ ଶ୍ରମିକ ମହାବୀର ମାଝି

ଖବର ଅନୁସାରେ, ଗତକାଲି ବା ରବିବାର ରାତିରେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେଶରେ କାମ କରିବା ବେଳେ ଏକ ଗରମ ଲୁହା ପିଣ୍ଡ ମହାବୀରଙ୍କ ଉପରେ ପଡ଼ିଯିବାରୁ ତାଙ୍କ ଶରୀରର ୭୦ ଭାଗ ଜଳି ଯାଇଥିଲା। କାରଖାନାର ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ପାଳନ କରାଯାଏ ନାହିଁ ବୋଲି ଦୁର୍ଘଟଣା ପରେ କାରଖାନାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନେ କହିଛନ୍ତି। ଏହି କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଶ୍ରମିକଙ୍କ ପୋଡ଼ି ହୋଇ ମୁତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.