ସ୍ମାର୍ଟଫୋନର ସିକ୍ରେଟ୍ ଫିଚର୍ସ : ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Published By : Prameya-News7 Bureau | June 29, 2020 IST

ଆଜିର ଯୁଗରେ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି,କିନ୍ତୁ ଯଦି ସମସ୍ତଙ୍କୁ ଏହା ପଚରାଯାଏ ଯେ ଆପଣ ନିଜ ଡିଭାଇସ୍ ବିଷୟରେ କେତେ ଜାଣିଛନ୍ତି,ତେବେ ଏହାର ଠିକ୍ ଉତ୍ତର କେହି ଦେଇପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍ ସହ ଜଡ଼ିତ କେତେକ ଖାସ୍ ଫିଚର ବିଷୟରେ ଯାହା ବିଷୟରେ ଆପଣ ବୋଧହୁଏ ଜାଣି ନଥିବେ।

{"id":293301,"width":591,"height":411,"sizeSlug":"large"}

୧. ଏକାଠି ଦୁଇଟି ଆପ୍ କରନ୍ତୁ ବ୍ୟବହାର : ଯଦି ଆପଣ ଏକାଠି ଦୁଇଟି ଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସ୍ଲିପ୍ଟ ସ୍କ୍ରିନ୍ ଫିଚରର ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ଆପଣ ସର୍ବପ୍ରଥମେ ଗୋଟିଏ ଆପକୁ ଓପନ କରନ୍ତୁ ଏବଂ ଏହା ପରେ ଏହା ଉପରେ ୩ଟି ଡଟ୍ ଉପରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣଙ୍କୁ ସ୍ଲିପ୍ଟ ସ୍କ୍ରିନ୍ ଲେଖାଯାଇଥିବା ଦେଖାଯିବ। ଏଥିରେ ଟ୍ୟାପ୍ କରନ୍ତୁ। ଏବେ ଆପଣ ନିଜ ହିସାବରେ ପ୍ରଥମ ଆପର ସ୍କ୍ରିନକୁ କମ୍ କିମ୍ବା ବେଶୀ କରି ପାରିବେ। ଏହି ଉପାୟରେ ଅନ୍ୟ ଆପକୁ ବ୍ୟବହାର କରି ପାରିବେ।

{"id":293304,"width":589,"height":427,"sizeSlug":"large"}

୨.ଦୁଇଟି ଫିଙ୍ଗରପ୍ରିଣ୍ଟକୁ ଏପରି କରନ୍ତୁ ଆକ୍ଟିଭ : ଅନେକ ଥର ଏପରି ହୋଇଥାଏ ଯେ ଆମେ ନିଜ ଫୋନରେ ଡାହାଣ ହାତର ଫିଙ୍ଗର ପ୍ରିଣ୍ଟ୍ ସେଟ୍ କରି ନେଇଥାଉ କିନ୍ତୁ ଡାହାଣ ହାତ ବ୍ୟସ୍ତ ହେବା ସ୍ଥିତିରେ ଆମେ ବ୍ୟସ୍ତ ହୋଇଯାଇଥାଉ। ଏପରି ସ୍ଥିତିରୁ ବର୍ତ୍ତିବା ପାଇଁ ଆପଣ ନିଜ ଫୋନରେ ୫-୫ଫିଙ୍ଗରପ୍ରିଣ୍ଟ ଆଡ କରି ପାରିବେ। ଏଥିପାଇଁ ସେଟିଙ୍ଗରେ ସିକ୍ୟୁରିଟି ଆଣ୍ଡ ଲୋକେସନରେ ଯାଇ ଫିଙ୍ଗରପ୍ରିଣ୍ଟରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କୁ ଆଡ ଫିଙ୍ଗରପ୍ରିଣ୍ଟର ବିକଳ୍ପ ମିଳିବ,ଯେଉଁଠାରୁ ଆପଣ ସବୁଠୁ ଅଧିକ ୫ଫିଙ୍ଗରପ୍ରିଣ୍ଟ ଆଡ କରି ପାରିବେ।

{"id":293305,"width":584,"height":442,"sizeSlug":"large"}

୩. ଫଟୋ-ଭିଡିଓ ଡିଲିଟ ହେବାର ଚିନ୍ତା ଛାଡ଼ି ଦିଅନ୍ତୁ : ଯଦି କାହା ଫୋନ୍ ହଜି ଯାଇଥାଏ ତେବେ ସବୁଠୁ ଅଧିକ ଚିନ୍ତା ଫୋନରେ ଥିବା ନମ୍ବର,ଭିଡିଓ,ଫଟୋ ଏବଂ ଫାଇଲ୍ସ ପାଇଁ ହୋଇଥାଏ। ଏପରି କ୍ଷେତ୍ରରେ ଆପଣ ଅଟୋ ବ୍ୟାକ୍ ଅପ୍ ଅନ୍ କରି ଫୋନର ସେଟିଂରେ ସିଷ୍ଟମକୁ ଯାଇ ବ୍ୟାକଅପକୁ ଅନ୍ କରନ୍ତୁ ଏବଂ ନିଜ ଜିମେଲ୍ ଆଇଡିକୁ ସିଲେକ୍ଟ କରି ବ୍ୟାକଅପ୍ ନାଓରେ କ୍ଲିକ୍ କରନ୍ତୁ। ଏହି କାମ ଓ୍ବାଇଫାଇ ନେଟଓ୍ବାର୍କରେ କରନ୍ତୁ ନହେଲେ ଅଧିକ ଫାଇଲ୍ ହେଲେ ଫୋନର ଡାଟା ସରିଯିବ।

{"id":293308,"width":586,"height":426,"sizeSlug":"large"}

୪.ବେକାର ନୋଟିଫିକେସନରୁ ମିଳିବ ମୁକ୍ତି : ସାଧାରଣତଃ ଲୋକେ ବାରମ୍ବାର ଆସୁଥିବା ନୋଟିଫିକେସନରେ ବିରକ୍ତ ହୋଇଯାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଆସୁଥିବା ନୋଟିଫିକେସନକୁ କିଛି ସମୟ ପାଇଁ ପ୍ରେସ୍ କରିବାକୁ ପଡ଼ିବ। ଏବେ ଆପଣଙ୍କୁ ଏଠାରେ ବ୍ଲକ୍ ଏବଂ ମ୍ୟୁଟ୍ ଅପ୍ସନ୍ ଦେଖିବାକୁ ମିଳିବ। ଏହି ଦୁଇଟି ଫିଚର୍ସ ଜରିଆରେ ଆପଣ ନୋଟିଫିକେସନକୁ ରୋକି ପାରିବେ। ଯଦି ଆପଣ ନୋଟିଫିକେସନକୁ ପୂରାପୂରି ରୋକିବାକୁ ଚାହୁଁଛନ୍ତି ତେବେ ବ୍ଲକ୍ ବିକଳ୍ପରେ କ୍ଲିକ୍ କରନ୍ତୁ। ଏହା ବ୍ୟତୀତ ଆପଣ ମ୍ୟୁଟ୍ ଅପ୍ସନରେ କ୍ଲିକ୍ କରି କିଛି ସମୟ ପାଇଁ ନୋଟିଫିକେସନକୁ ବନ୍ଦ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.