Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସ୍ମାର୍ଟଫୋନ, ଏସି-ଫ୍ରିଜର ମୂଲ୍ୟରେ ହ୍ରାସ, ତିନି ବର୍ଷରେ ପ୍ରଥମ ଥର ଶସ୍ତା ହେଲା ଇଲେକ୍ଟ୍ରୋନିକ ସାମଗ୍ରୀ

11/03/2023 at 4:55 PM

ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ମହଙ୍ଗା ହେଉଥିବା ଫ୍ରିଜ ଏବଂ ଏସି ସହ ସ୍ମାର୍ଟଫୋନ ଏଥର ଶସ୍ତା ହୋଇଛି । ତିନି ବର୍ଷରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ମୂଲ୍ୟ ୪ ହଜାର ଟଙ୍କା ଯାଏ ଶସ୍ତା ହୋଇଛି । ନିର୍ମାଣରେ କମ ଖର୍ଚ୍ଚ ଏବଂ ବଳକା ସାମଗ୍ରୀର ଶୀଘ୍ର ବିକ୍ରି ପାଇଁ ମୂଲ୍ୟ ଗୁଡିକରେ ୫ରୁ ୧୦ ପ୍ରତିଶତ ଯାଏ କମ କରାଯାଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୦ ଏବଂ ୨୦୨୧ରେ ସ୍ମାର୍ଟଫୋନ ଗୁଡିକର ଚାହିଦା ବୃଦ୍ଧି ପାଇଥିଲା । ମୋବାଇଲ କମ୍ପାନି ଗୁଡିକ ଗତ ବର୍ଷ ଚାହିଦାର ସଠିକ୍ ଆକଳନ କରିପାରି ନଥିଲେ ଏବଂ ଏଥିପାଇଁ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ସାମଗ୍ରୀ ବଳକା ରହିଛି ।

ଅଧିକ ଖର୍ଚ୍ଚ କାରଣରୁ ଇଲେକ୍ଟ୍ରୋନିକ୍ସ କମ୍ପାନି ବର୍ଷରେ ଦୁଇ-ତିନି ଥର ସାମଗ୍ରୀଗୁଡିକର ମୂଲ୍ୟରେ ୪ ପ୍ରତିଶତ ଯାଏ ବୃଦ୍ଧି କରିଥାନ୍ତି । ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ସ୍ମାର୍ଟଫୋନ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟ କରୋନା ପୂର୍ବର ମୂଲ୍ୟଠାରୁ ହାରାହାରି ୧୮-୨୫ ପ୍ରତିଶତ ଅଧିତ ରହିଥିଲା ।

କିଛି କମ୍ପାନି ସ୍ମାର୍ଟଫୋନ ମଡେଲ ୫ରୁ ୧୫ ପ୍ରତିଶତ ଶସ୍ତାରେ ବିକ୍ରି କରୁଛନ୍ତି । ଏହିପରି ୨୦ ହଜାର ଟଙ୍କାର ଫୋନ ଉପରେ ତିନି ହଜାର ଟଙ୍କା ଯାଏ ରିହାତି ମିଳୁଛି । ଏହାପରେ ମଧ୍ୟ ଚାହିଦାରେ ବୃଦ୍ଧି ଦେଖିବାକୁ ମିଳୁ ନାହିଁ । ଏଲଜି, ସାମସଙ୍ଗ ଏବଂ ହାୟର ପରି ଫ୍ରିଜ କମ୍ପାନି ନିଜର ଲୋକପ୍ରିୟ ମଡେଲ ମୂଲ୍ୟରେ ୪ ହଜାର ଟଙ୍କା ଯାଏ ଶସ୍ତା କରିଛନ୍ତି । ଏକ ଲକ୍ଷ ଟଙ୍କାର ଫ୍ରିଜରେ ୭ ହଜାର ଯାଏ ରିହାତି ମିଳୁଛି ।

   Related Posts