ନୂଆଦିଲ୍ଲୀ ୭/୦୭: ଏବେ ଯାଏ ଆମେ ସ୍ମାର୍ଟଫୋନ୍ ବ୍ୟାଟେରୀ ଫାଟୁଥିବା ନେଇ ଜାଣିଥିଲେ। କିନ୍ତୁ ଏମିତି ଏକ ଖବର ଏବେ ସ୍ମାର୍ଟଓ୍ବାଚ୍କୁ ନେଇ ଆସିଛି। ସ୍ମାର୍ଟଓ୍ବାଚ୍ର ବ୍ୟାଟେରୀ ଫାଟିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ପରେ ଲୋକଙ୍କ ମନରେ ଛନକା ପଶିଛି। ଘଣ୍ଟାର ବ୍ୟାଟେରୀ ଫାଟିବା ପରେ ଜଣେ ୪ ବର୍ଷୀୟ ଝିଅର ହାତ ଜଳିଯାଇଥିବା ବେଳେ ସେ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଝିଅଟିର ହାତ ଜଳିଯାଇଥିବାରୁ ତାଙ୍କର ସ୍କିନ୍ ଗ୍ରାଫ୍ଟ କରିବାକୁ ପଡ଼ିଛି।
ଘଟଣାଟି ଚୀନ୍ର କ୍ବାନଝାଓ ସହରରେ ଘଟିଛି। ୟିୟି ହୁଆଙ୍ଗ ନାମକ ୪ ବର୍ଷର ଝିଅ ଆହତ ହୋଇଛନ୍ତି। ୟାହୁ ନ୍ୟୁଜ ଅନୁସାରେ, ୟିୟି ନିଜ ଭାଇ ସହ ଖେଳୁଥିଲା। ଠିକ ସେତେବେଳେ ତାଙ୍କ ଜେଜେ ମା ଜୋରଦାର ବିସ୍ଫୋରଣ ନେଇ ଶବ୍ଦ ଶୁଣିବାକୁ ପାଇଥିଲେ । ୟିୟିର ଚିତ୍କାର ମଧ୍ୟ ତାଙ୍କ ଜେଜେ ମା ଶୁଣିଥିଲେ। କଣ ହେଲା ବୋଲି ସେ ଘଟଣାସ୍ଥଳକୁ ଧାଇଁ ଯିବାରୁ ଦେଖିଲେ ସ୍ଥାନଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଥିବା ବେଳେ ପୋଡ଼ା ଗନ୍ଧ ହେଉଥିଲା।
{"id":476971,"width":762,"height":428,"sizeSlug":"large","linkDestination":"none"}ପରେ ସେ ଦେଖିଲେ ୟିୟି ହାତରେ ମଧ୍ୟରେ ଧୂଆଁ ବାହାରୁଛି। ୟି ଚିତ୍କାର କରି କାନ୍ଦୁଥିଲା। ସ୍ମାର୍ଟଓ୍ବାଚ୍ ଫାଟିବା ଯୋଗୁ ଏମିତି ହୋଇଥିଲା ବୋଲି ୟିଙ୍କ ଜେଜେ ମା’ କହିଛନ୍ତି। ପରେ ୟିର ହାତରୁ ସ୍ମାର୍ଟଓ୍ବାଚ୍ ଖୋଲି ଦିଆଯାଇଥିଲା। ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ତାଙ୍କ ହାତ ଜଳିଯାଇଥିବାରୁ ସ୍କିନ୍ ଗ୍ରାଫ୍ଟ କରାଯାଇଛି। ଘଟଣା ସହ ଜଡ଼ିତ ସମସ୍ତ ଘଟଣା ସାର୍ବଜନୀନ କରାଯାଇନାହିଁ। ଏଥିଲେ ସ୍ମାର୍ଟଓ୍ବାଚ୍ ନିର୍ମାତାଙ୍କ ନାଁ ମଧ୍ୟ ସାମିଲ୍ ଅଛି। ମିଳିଥିବା ସୂଚନା ଅନୁସାରେ ୟିଙ୍କ ବାପା କମ୍ପାନୀ ମାଲିକଙ୍କ ସହ କ୍ଷତିପୂରଣ ପାଇଁ ଆଲୋଚନା କରିଛନ୍ତି ।