vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆସୁଛି ସ୍ମାର୍ଟ ସାର୍ଟ: ଦରକାର ନାହିଁ ଚାର୍ଜର କି ଚାର୍ଜିଂ ପଏଣ୍ଟ, ପକେଟ୍‌ରେ ଫୋନ୍‌ ରଖିଲେ ହୋଇଯିବ ଚାର୍ଜ

6/09/2021 at 4:32 PM

ନୂଆଦିଲ୍ଲୀ ୬/୦୯: ଖୁବଶୀଘ୍ର ବଜାରକୁ ଆସୁଛି ସ୍ମାର୍ଟ ସାର୍ଟ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଓ୍ବାଚ୍‌ ଜଣାଅଛି କିନ୍ତୁ ଏ ସ୍ମାର୍ଟ ସାର୍ଟ କଣ ? ହଁ ଆଜ୍ଞା ଏବେ ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ଚାର୍ଜ ସରିଗଲେ ଆଉ ଚାର୍ଜର ଖୋଜିବାକୁ ପଡ଼ିବ ନାହିଁ। ସିଧା ଆପଣଙ୍କ ପକେଟରେ ଫୋନ୍‌ ରଖିଦେଲେ ଫୁଲ୍ ଚାର୍ଜ ହୋଇଯିବ। କେବଳ ସ୍ମାର୍ଟ ଫୋନ୍‌ ନୁହେଁ, ଚାର୍ଜ ଆବଶ୍ୟକତା କରୁଥିବା ସମସ୍ତ ପ୍ରକାର ମେଡିକାଲ୍‌ ଉପକରଣ ମଧ୍ୟ ଚାର୍ଜ ହୋଇପାରିବ ବୋଲି ଜଣାପଡ଼ିଛି ।

ଚୀନର ଏକ ଗବେଷକ ଦଳ ଏହି ସାର୍ଟର ଆବିଷ୍ମାର କରିଥିବା କୁହାଯାଉଛି। ଏଥିରେ ଏମିତି ଏକ ଫାଇବର ବ୍ୟାଟେରୀ ରହିବ ଯାହା ଆପଣଙ୍କ ଫୋନ୍‌ ଚାର୍ଜ କରିବାରେ ସହାୟକ ହେବ।  ସଙ୍ଘାଇରେ ଥିବା ଫ୍ୟୁଡାନ୍‌ ବିଶ୍ବବିଦ୍ୟାଳୟ ଗବେଷକ  ବାହାର କରିଥିବା ଫାଇବର ବ୍ୟାଟେରୀ ଆଇଫୋନ୍‌ ୧୨ ମାକ୍ସ ପ୍ରୋଠୁ ଅଧିକ ବିଦ୍ୟୁତ ଉତ୍ପନ୍ନ କରିପାରିବ। ସାର୍ଟ ପକେଟରୁ ୮୫.୬୯ ଓ୍ବାଟ ଘଣ୍ଟା ବିଦ୍ୟୁତ ଉତ୍ପନ ହୋଇପାରିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ସମୟରେ ସ୍ମାର୍ଟ ପୋଷାକ ଗ୍ରାହକଙ୍କୁ ଖୁବ ଆକୃଷ୍ଟ କରିଛି। ସ୍ମାର୍ଟ ସାର୍ଟ ପରିକଳ୍ପନା ହେବା ପୂର୍ବରୁ ଅନେକ ସ୍ମାର୍ଟ କ୍ଲଥ ଚର୍ଚ୍ଚାରେ ରହିଆସିଛି। ସ୍ମାର୍ଟ ସକ୍ସ ଯାହାକି ପ୍ରତିଟି ଷ୍ଟେପ୍‌କୁ ଟ୍ରାକ କରିପାରେ। ସେହିଭଳି ସ୍ବିମସୁଟସ୍‌ ଏପରିକି ଯୋଗ ପ୍ୟାଣ୍ଟ ଆପଣଙ୍କୁ ଯୋଗାସନ କରିବାର ସଠିକ୍‌ ତରିକା କହିଥାଏ। କିନ୍ତୁ ଏହି ସବୁ ପୋଷାକରେ ଲାଗୁଥିବା ବ୍ୟାଟେରୀ ଜଳ ନିରୋଧୀ ନୁହେଁ। ତେଣୁ ଗବେଷକାମନେ ଏଥର ଆଉ ଦୁଇ ପାଦ ଆଗକୁ ଯାଇ ଫାଇବର ବ୍ୟାଟେରୀ ଖଞ୍ଜା ପୋଷାକ ଆଣିବାକୁ ଯାଉଛନ୍ତି। ତେବେ ଏହି ବ୍ୟାଟେରୀ ୫୦୦ରୁ ଅଧିକ ଥର ବ୍ୟବହାର ହେବା ପରେ ବି ଏହାର କାର୍ଯ୍ୟଦକ୍ଷତା ୯୦.୫ ପ୍ରତିଶତ ଧରି ରଖିଥାଏ।

ଏହି ସାର୍ଟକୁ ଖରା​‌ରେ ଶୁଖାଇଲେ କିମ୍ବା ପାଣିରେ ଧୋଇଲେ ମଧ୍ୟ ବ୍ୟାଟେରୀରେ କୌଣସି କ୍ଷତି ହୋଇନଥାଏ। ଏପରିକି ଛୁରୀ ଭୁଶିଦେଲେ ମଧ୍ୟ ବ୍ୟାଟେରୀ କୌଣସି ପ୍ରକାର ଖରାପ ହୁଏନାହିଁ।  ତେବେ ଏହି ସାର୍ଟ ପର୍ଯ୍ୟାପ୍ତ ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବଜାରରେ ୨-୫ ବର୍ଷ ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ଗବେଷକ ଦଳର ମୁଖ୍ୟ ପେଙ୍ଗ ହ୍ବିଇସେଙ୍ଗ କହିଛନ୍ତି।  

   Related Posts