ସ୍ମାର୍ଟ ହେଉଛି ଶିକ୍ଷା ବ୍ୟବସ୍ଥା, ତୁରେକେଲା ମାଓପ୍ରବଣ ଅଞ୍ଚଳର ଛାତ୍ରଛାତ୍ରୀ ପଢିବେ ଡିଜିଟାଲ ପାଠ

Published By : Prameya-News7 Bureau | November 19, 2021 IST

ବଲାଙ୍ଗୀର ୧୯/୧୧: ବଦଳିବ ବଲାଙ୍ଗିର ଜିଲ୍ଲା ତୁରେକେଲା ଅଂଚଳର ପରିଚୟ । ସ୍ମାର୍ଟ ହେବ ଶିକ୍ଷା ବ୍ୟବସ୍ଥା । ତୁରେକେଲା ବ୍ଲକ ଏକ ପଛୁଆ ଏବଂ ମାଓ ପ୍ରବଣ ବ୍ଲକ ଭାବେ ଜଣାଶୁଣା ଥିବା ବେଳେ ଏବେ ଏହି ଅଂଚଳର ଛାତ୍ରଛାତ୍ରି ମୋ ସ୍କୁଲ ମାଧ୍ୟମରେ ସ୍ମାର୍ଟ ସ୍କୁଲରେ ପାଠ ପଢିବେ । ଆଉ କିଛି ଦିନ ପରେ ଏହି ସ୍କୁଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଭଙ୍ଗା ଘର ଜାଗାରେ ଠିଆ ହୋଇଛି ହାଇଟେକ ସ୍କୁଲ ।

wp:gallery {"ids":[546164],"linkTo":"none"} /wp:gallery

ସ୍କୁଲ ପ୍ରବେଶ କଲେ ସତେ ଯେମିତି ଲାଗୁଛି ଏହା କୌଣସି ପାର୍କ ବା ଗାର୍ଡେନ । ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପାଇଁ ସବୁ ପ୍ରକାର ସୁବିଧା ହୋଇଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ସ୍ମାର୍ଟ କ୍ଲାସ ରୁମ ଓ ସ୍ମାଟ ଲାଇବ୍ରୋଟେରି, ଇ-ଲାଇବ୍ରେରି ଭଲି ଅନେକ ସୁବିଧା । ଯାହା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଅଧିକ ଆକୃଷ୍ଟ କରିଛି । ରାଜ୍ୟ ସରକାରଙ୍କ ଏଭଲି ପରିକଳ୍ପନାକୁ ଛାତ୍ରଛାତ୍ରୀ ଓ ଅବିଭାବକ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.