LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସ୍ମାର୍ଟ ସିଟି: ୧୦୦ରୁ ୩୨ ସହରର କାମ ଭଲ, ଲକ୍ଷ୍ୟଠାରୁ ପଛରେ ୬୮ ସହର

23/03/2023 at 10:36 PM

ନୂଆଦିଲ୍ଲୀ: ସ୍ମାର୍ଟ ସିଟି ମିଶନରେ ୬୮ ସହର ପଛରେ ପଡ଼ିବା ୩୨ ସହରର ପରିଶ୍ରମକୁ ବୃଥା କରୁଥିବା ନଜର ଆସୁଛି । ୬୮ ସହର ମଧ୍ୟରେ ୨୫ ଏପରି ସହର ଅଛନ୍ତି ଯାହାଙ୍କ ପ୍ରଗତି ଅର୍ଥାତ୍ ମିଶନ ଅଧିନରେ ଯୋଜନା ଶେଷ କରିବାର ସ୍କୋର କାର୍ଡ ନୈରସ୍ୟଜନକ ରହିଛି । ଏହି କାରଣରୁ ଆସନ୍ତା ଜୁନ ସୁଦ୍ଧା ଲକ୍ଷ୍ୟ ପୂରଣ କରିବା ଅସମ୍ଭବ ଲାଗୁଛି ।

ସ୍ମାର୍ଟ ସିଟି ମିଶନରେ ପ୍ରାୟ ଦୁଇ ତୃତୀୟାଂଶ ସହରର ଖରାପ ପ୍ରଦର୍ଶନ ମାମଲା ନଗର ବିକାଶ ମନ୍ତ୍ରାଳୟ ସମ୍ପର୍କିତ ସଂସଦର ସ୍ଥାୟୀ କମିଟିରେ ମଧ୍ୟ ଉଠିଥିଲା । ଛତିଶଗଡ଼ର ରାୟପୁର, ମଧ୍ୟ ପ୍ରଦେଶର ଗ୍ୱାଲିୟର, ଇନ୍ଦୋର ଏବଂ ସତନା, ରାଜସ୍ଥାନର ଅଜମେର, ଜୟପୁର, କୋଟା, ଉତ୍ତର ପ୍ରଦେଶର ଆଗରା, ଅଲିଗଡ଼, ବରେଲୀ, ଝାଂସୀ, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣସୀ ପରି କିଛି ସହର ଲକ୍ଷ୍ୟଠାରୁ ଅଧିକ ପରିଯୋଜନା କାମ ଶେଷ କରିଛନ୍ତି ।

ଲକ୍ଷ୍ୟର ୧୦ ପ୍ରତଶିତ ହାସଲ କରିପାରି ନାହାନ୍ତି

ପଞ୍ଜାବର ଅମୃତସର ଏବଂ ଲୁଧିୟାନା ଲକ୍ଷ୍ୟ ହାସଲ କରିଛନ୍ତି । କିନ୍ତୁ ଏପରି ବି ସହର ଅଛନ୍ତି ଯେଉଁମାନେ ୧୦ ପ୍ରତିଶତ ବି ପ୍ରଗତି କରି ନାହାନ୍ତି । ଭାଗଲପୁର, ମୁଜଫରପୁର, ପାଟନା, ଚଣ୍ଡିଗଡ, ବିଳାସପୁର, ଅହମଦାବାଦ, ଗାନ୍ଧୀନଗର, ରାଜକୋଟ, ବଦୋଦରା, ଫରିଦାବାଦ, କରନାଲ, ଧର୍ମଶାଳା, ରାଞ୍ଚି, ଉଜୈନ, ଭୁବନେଶ୍ୱର, ଜଳନ୍ଧର ଆଦି ଏଥିରେ ସାମିଲ ଅଛନ୍ତି ।

ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ବୟାନକୁ ନେଇ ଜାଗରଣ ଡଟ୍ କମ୍ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, କାମ ଧିମେଇବା ପଛରେ କରୋନା ସହ କିଛି ସ୍ଥାନୀୟ ସମସ୍ୟା ରହିଛି । ଏଥିରେ ଭୂମି ଅଧିଗ୍ରହଣ ଏବଂ ଶ୍ରମଶକ୍ତିର ଉପଲବ୍ଧତା ଆଦି ସାମିଲ ରହିଛି । ଯଦି ମନ୍ତ୍ରାଳୟ ମିଶନର ଅବଧିକୁ ଆଗକୁ ବଢାଇବାକୁ ଅଛି ତେବେ ବ୍ୟୟ ବିଭାଗ ସହ ଆଲୋଚନା କରିବାକୁ ପଡ଼ିବ । ଯଦି ଏହାର ସମୟ ସୀମା ଆଗକୁ ନ ବଢା ଯାଏ ତେବେ ପ୍ରୋଜେକ୍ଟ ଅଧାରରେ ରହିଯିବ ।

   Related Posts