ଲକ୍ଷ୍ମୀପୁରରେ ଗଡିଲା କୁନି ପିଲାଙ୍କ କୁନି ରଥ

Published By : Prameya-News7 Bureau | July 12, 2021 IST

ଲକ୍ଷ୍ମୀପୁର ୧୨।୭: କରୋନା କଟକଣା ଯୋଗୁଁ ଗଡିଲାନି ରଥ । କିନ୍ତୁ ଗଡିଲା କୁନି ପିଲାଙ୍କ କୁନି ରଥ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୁମାରେ କରୋନା ମହାମାରୀ କାରଣରୁ ପବିତ୍ର ରଥଯାତ୍ରା ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହୋଇପାରିଲାନାହିଁ । ବଡ ରଥ ସିନା ଗଡି ପାରିଲାନାହିଁ, ହେଲେ ଛୋଟ ଛୋଟ କୁନି ଭକ୍ତଙ୍କୁ କେହି ରୋକି ପାରିଲେଣି । ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିରରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଗଡିଥିଲା ସାନ କୁନି ରଥ।

{"id":479387,"width":750,"height":413,"sizeSlug":"large","linkDestination":"none"}

ପାରମ୍ପାରିକ ରୀତିନୀତି ଅନୁଯାୟୀ ଯେମିତି ରଥଯାତ୍ରା ଅନୁଷ୍ଠିତ ହେବା କଥା ଠିକ୍ ସେହିପରି ଭାବରେ ହିଁ କୁନି କୁନି ପିଲାମାନେ ରଥ ଯାତ୍ରା ପାଳନ କରିଛନ୍ତି । ପିଲାମାନେ ଘରେ କରିଥିବା ଜଗନ୍ନାଥ ମନ୍ଦିରରୁ ତିନି ଠାକୁରକୁ ଘଣ୍ଟ ହୁଳହୁଳି ଶବ୍ଦ ମଧ୍ୟରେ ପହଣ୍ଡି କରାଯାଇ ରଥାରୁଢ କରାଯାଇଥିଲା। ପରେ ରଥ ଅନୁକୂଳ କରାଯିବା ସହ ରଥାରୁଢ ତିନି ଠାକୁରଙ୍କୁ ପୂଜା କରାଯିବା ପରେ ଜଣେ କୁନି ପୁଅଙ୍କୁ ସସମ୍ମାନେ ପାଛୋଟି ଅଣାଯିବା ପରେ ରଥରେ ଛେରା ପହଁରା ମଧ୍ୟ କରାଯାଇଥିଲା ।

{"id":479388,"sizeSlug":"large","linkDestination":"none"}

ପରେ ଜୟଜଗନ୍ନାଥ ଧ୍ବନୀରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଯିବା ପରେ ସେଠାରେ ଜଗନ୍ନାଥ ମନ୍ଦିରର ନନା ମଧ୍ୟ ଖୁସି ବ୍ୟକ୍ତ କରିଥିଲେ । ବଡ ରଥ ସିନା ହୋଇ ପାରିଲାନାହିଁ, କିନ୍ତୁ ସବୁ ରଥ ଭକ୍ତଙ୍କ ପାଇଁ ସମାନ ବୋଲି କହିବା ସହ ରଥ ଉପରେ ଥିବା ତିନି ଠାକୁରଙ୍କୁ ପୂଜା କରିଥିଲେ । ଛୋଟ ଛୋଟ କୁନି ଛୁଆମାନେ ନାନା ବେଶରେ ସଜ୍ଜିତ ହୋଇ ରଥ ଟାଣୁଥିବା ସମୟରେ ବାଟରେ ଯେ କେହିବି ଯାଉଥିଲା ଟିକେ ଅଟକି ଯାଇ ପ୍ରଣାମ ଜଣାଉଥିଲେ । କୋରାପୁଟ ଭଳି ଉପାନ୍ତ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦରର କୁନି କୁନି ପିଲାଙ୍କ ଏପରି ଭକ୍ତି ଭାବକୁ ସମସ୍ତେ ଉଚ୍ଚ ପ୍ରଶଂସା କରିବା ସହ ଏହି ରଥ ଟଣାକୁ ଉପଭୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.