ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପବନରେ ୩ରୁ ୪ ଦିନ ଭାସି ବୁଲିବ ସୁପରଟେକ୍ ଟ୍ୱିନ୍‌ ଟାୱାରର ଧୂଳି, ପିଲା ଓ ବୟସ୍କଙ୍କୁ ବ୍ୟବହାର କରିବାକୁ ହେବ ମାସ୍କ

28/08/2022 at 5:11 PM

ନୂଆଦିଲ୍ଲୀ ୨୮।୮: ନୋଏଡା ସେକ୍ଟର ୯୩-ଏ,ରେ ଥିବା ସୁପରଟେକ୍ ଟ୍ୱିନ୍‌ ଟାୱାର ବିଲ୍ଡିଂ ମାଟିରେ ମିସି ସାରିଛି। ଆନୁମାନିକ ସମୟରୁ କମ୍‌ ସମୟରେ ବିଶାଳ ଭବନ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ପୂର୍ବରୁ ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ଲାଗି ଅନୁନ୍ୟ ୧୨ ସେକେଣ୍ଡ ଲାଗିବ ବୋଲି ଆକଳନ କରାଯାଉଥିଲା। ତେବେ ଏହି କାମ ୯ ସେକେଣ୍ଡରେ ତମାମ ହୋଇଯାଇଛି। ବିଶାଳ ଭବନରୁ ବିପୁଳ ଧୂଳି ଓ ଧୂଆଁ ନିର୍ଗତ ହୋଇଛି। ଯାହା ୪ ଦିନ ପର୍ଯ୍ୟନ୍ତ ବାୟୁରେ ଭାସିବୁଲିବ ବୋଲି ଦିଲ୍ଲୀ ୟୁନିଭର୍ସିଟିର ପ୍ରଫେସର ଭିପୁଲ ସିଂହ କହିଛନ୍ତି।

ବିଲ୍ଡିଂ ଧ୍ୱଂସରୁ ୨ ପ୍ରକାର ଧୂଳି ବାୟୁରେ ମିସିଛି। ଭାରି ବା ଓଜନଦାର ଧୂଳି କଣିକା ଯାହା ତୁରନ୍ତ ବସିଯିବ ତେବେ ହାଲୁକା ଧୂଳି ବାୟୁରେ ୩ରୁ ୪ କିଲୋମିଟର ଅଞ୍ଚଳ ଉପରେ ଭାସି ବୁଲିବ। ଏଣୁ ପରିବେଶରେ ଧୂଳି ଓ ଧୂଆଁ ଭରିବା ଯୋଗୁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ଅନିବାର୍ଯ୍ୟ ହୋଇପଡିବ ବୋଲି ପ୍ରଫେସର ସିଂହ କହିଛନ୍ତି। ଅଞ୍ଚଳରେ ରହୁଥିବା ପିଲାରୁ ବୁଢା ପର୍ଯ୍ୟନ୍ତ ଲୋକଙ୍କୁ ଦିନ ତମାନ ମୁହଁରେ ମାସ୍କଲଗାଇ ରଖିବାକୁ ହେବ।  

ଏବେ ବର୍ଷା ଦିନ, ଯଦି ବର୍ଷା ହୋଇଯାଏ ତେବେ ବାୟୁରେ ଭାସି ବୁଲୁଥିବା ଧୂଳି ଓ ଧୂଆଁ ମାଟିରେ ବସିଯିବା ସହଜ ହେବ, ନଚେତ ପବନରେ ଏହିପରି ଭାସି ବୁଲିବ। ଏହି ଧୂଳି ଓ ଧୂଆଁରେ ସିମେଣ୍ଟର କ୍ଷୁଦ୍ରାତିକ୍ଷୁଦ୍ର କଣିକା ରହିବ ଯାହା ଆଖିକୁ ବି ଦେଖାଯିବନି ସେହି ସବୁ କଣିକା ନିଶ୍ୱାସପ୍ରଶ୍ୱାରେ ଗ୍ରହଣ କଲେ ମଣିଷ ଅସୁସ୍ଥ ହୋଇପଡିବ ବୋଲି ପ୍ରଫେସର ସିଂହ କହିଛନ୍ତି। ବିଲ୍ଡିଂ ଧ୍ୱଂସ ହୋଇସାରିଛି ଓ କାମ ସରି ଯାଇଛି ବୋଲି ଭାବିଲେ ହେବନି। ଏଠି ଯେଉଁ ଧ୍ୱଂସସ୍ତୁପ ରହିଲା ତାକୁ ଟ୍ରକ ଯୋଗେ ଅଞ୍ଚଳରୁ ଖାଲି କରାଯିବ। ଦୀର୍ଘ ସମୟ ଧରି ଏହି କାମ ଚାଲିବ। ଯାହା ସ୍ଥାନୀୟ ଅଞ୍ଚଳର ବାୟୁ ପ୍ରଦୂଷଣର କାରଣ ହେବ ବୋଲି ସିଂହ କହିଛନ୍ତି।

ଏହି ଦୁଇ ଭବନ ଭାଙ୍ଗିବା ପାଇଁ ନିର୍ମାତାଙ୍କୁ ୧୭ କୋଟି ଟଙ୍କା ବ୍ୟୟ କରିବାକୁ ପଡିଛି। ଯାହା ଭାରତର ରିଏଲ ଇଷ୍ଟେଟ୍ ବ୍ୟବସାୟ କ୍ଷେତ୍ରରେ ପ୍ରଥମ ଏହି ପରି ଘଟଣା ହୋଇଛି ଯାହା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଏହି ଭବନ ଦୁଇଟିକୁ ମାଟିରେ ମିସାଇବାକୁ ଇଡିଫିସ ଠିକା ନେଇଥିଲେ। ଏହି ଭବନ ଦୁଇଟିକୁ  ମାଟିରେ ମିଶାଇବା ବାସ୍ତବିକ ଆହ୍ୱାନପୂର୍ଣ୍ଣଥିଲା। କାରଣ ଭବନରୁ ମାତ୍ର ୩୦ ମିଟର ଦୂରରେ ଏମରଲଡ ସୋସାଇଟିର ଘର ଗୁଡିକ ଥିଲା। ତେବେ ବିସ୍ଫୋରଣ ପରେ ସବୁ ଠିକଠାକ ଥିବା ଦେଖା ଯାଇଛି।   

   Related Posts