ନୂଆଦିଲ୍ଲୀ ୭।୧୨: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ଫଳାଫଳ ଆସି ସାରିଛି। ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ବିଜୟୀ ହୋଇଛି। ନିର୍ବାଚନରେ ପାର୍ଟି ମୋଟ ୧୩୪ଟି ୱାର୍ଡ ହାତେଇବାକୁ ସଫଳ ହୋଇଛି। ବୁଧବାର ଭୋଟ ଗଣନା କାଳରେ ଏକ ଛୁଆ କେଜରିୱାଲକୁ ବିଜୟରେ ଉଲ୍ଲସିତ ହେଉଥିବାର ଦେଖାଯାଇଛି। ଏହି ପିଲାଟି ସମସ୍ତଙ୍କ ମନକୁ ମୋହି ନେଉଥିଲା। ଏଥିରେ ଲୋକେ ନିଶ୍ଚେ ଜାଣିବାକୁ ଚାହିଁବେ ଏହି ଗୁଲଗୁଲିଆ ପିଲାଟି କିଏ। ଏହି ପିଲାଟି ହେଉଛି ଜୁନିୟର କେଜରିୱାଲ ନାମରେ ଆବ୍ୟାନ ତୋମର।
କେବଳ ଏମସିଡି ନୁହେଁ ଅତୀତରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଗତ ପଞ୍ଜାବ ବିଧାନସଭା ନିର୍ବାଚନରେ ମଧ୍ୟ ଆପ ଲାଗି ଅବ୍ୟାନକୁ ଖୁସି ମନଉଥିବାର ଦେଖାଯାଇଛି। ଏହି ପିଲାଟି ୧୬ ଫେବୃଆରୀ ୨୦୨୦ରେ କେଜରିୱାଲଙ୍କ ଶପଥଗ୍ରହଣ ଉତ୍ସବକୁ ମଧ୍ୟ ଆମନ୍ତ୍ରିତ ହୋଇଥିଲା। କେବଳ ପିଲାଟି ନୁହେଁ ତାର ପୁରା ପରିବାର ମଧ୍ୟ କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇଥିଲେ। ଶପଥ ଗ୍ରହଣ କାଳରେ ଆପ ନେତାମାନେ ପିଲାଟିକୁ ବେଶ୍ ଗେହ୍ଲା କରୁଥିଲେ। କେତେକ ନେତା ତା ସହ ସେଲଫି ମଧ୍ୟ ନେଇଥିଲେ।
{"id":718501,"width":840,"height":551,"sizeSlug":"full","linkDestination":"none"}ଆବ୍ୟାନ ତା ବାପମାଙ୍କ ସହ ପୂର୍ବ ଦିଲ୍ଲୀର ମୟୁର ବିହାରରେ ରହେ। ତାଙ୍କ ପିତା ରାହୁଲ ତୋମର ଆମ ଆଦମୀ ପାର୍ଟିର ସମର୍ଥକ। ଏହା ପୂର୍ବରୁ ୨୦୧୫ ଭୋଟ ଗଣନା କାଳରେ ଆବ୍ୟାନର ବଡ ଭଉଣୀକୁ କେଜରିୱାଲ କରି ଅଣାଯାଇଥିଲା। ସେତେବେଳେ ଆବ୍ୟାନର ଭଉଣୀ ମଧ୍ୟ ବେଶ୍ ଚର୍ଚ୍ଚା ସାଉଁଟି ଥିଲା। ପଞ୍ଜାବ ବିଧାନସଭା ନିର୍ବାଚନ ଭୋଟ ଗଣନାରେ ମଧ୍ୟ ଆବ୍ୟାନ ଭଗବନ୍ତ ସିଂହ ମାନଙ୍କ ବେଶରେ ଭୋଟଗଣନା କେନ୍ଦ୍ରକୁ ପହଞ୍ଚିଥିଲା। ୨୦୨୦ ପରଠାରୁ ଆବ୍ୟାନ ତା ପିତାଙ୍କ ସହ ଭୋଟଗଣନା କେନ୍ଦ୍ରକୁ ପହଞ୍ଚି ଯାଉଛି ଓ ବେଶ୍ ଚର୍ଚ୍ଚା ସାଉଁଟୁଛି।
ଉଲ୍ଲେଖଯୋଗ୍ୟ ଯେ ଗତ ୧୫ ବର୍ଷ ହେଲା ଦିଲ୍ଲୀ ଏମସିଡି ବିଜେପି ନିୟନ୍ତ୍ରଣରେ ଥିଲା। ତେବେ ୨୦୨୨ ନିର୍ବାଚନରେ ବିଜେ ହାରି ନଗରନିଗମରୁ ନିଜର କର୍ତ୍ତୃତ ହରାଇଛି। ବହୁ ସିଟ୍ ବ୍ୟବଧାନରେ ଆପ ବିଜୟୀ ହୋଇଛି। ତେବେ ନଗରନିଗମ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଏତେ ଉତ୍ସାହଜନକ ହୋଇ ନାହିଁ। କଂଗ୍ରେସ ନିର୍ବାଚନରେ ୨ ଅଙ୍କର ବିଜୟ ମଧ୍ୟ ହାସଲ କରିପାରିନି। ମାତ୍ର ୯ଟି ଆସନରେ କଂଗ୍ରେସକୁ ସନ୍ତୁଷ୍ଚ ହେବାକୁ ପଡିଛି। ତେବେ ବିଜୟରେ କେଜରିୱାଲ ବେଶ୍ ଉତ୍ସାହିତ ଅଛନ୍ତି। ସେ ବିଜୟ ଲାଗି ଦିଲ୍ଲୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି।