ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସାନ ଭାଇର ଫାଉଡ଼ା ଚୋଟରେ ବଡ଼ ଭାଇର ମୃତ୍ୟୁ, ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

27/09/2022 at 8:44 PM

ବରଗଡ଼, ୨୭/୦୯: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲେମଧର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସାନ ଭାଇର ଫାଉଡା ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାନ ଭାଇକୁ ବିଜେପୁର ପୋଲିସ ଗିରଫ କରିଛି । ଲେମଧର ଗ୍ରାମରେ ସାନ ଭାଇର ଫାଉଡା ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ସୂଚନା ଅନୁସାରେ ଆଜି ସକାଳ ସାଢେ ୧୧ଟାରେ ଲେମଧର ଗ୍ରାମର କୈଳାଶ ସାହୁ ଏବଂ ବଡ଼ ଭାଇ ଝସକେତନ ସାହୁଙ୍କ ମଧ୍ୟରେ କୌଣସି ଘରୋଇ କାରଣକୁ ନେଇ ବିଲରେ ବଚସା ହୋଇଥିଲା । ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ କୈଳାସ ଫାଉଡାରେ ବଡ଼ ଭାଇକୁ ଆକ୍ରମଣ କରିଥିଲା । ପରେ ଗୁରୁତର ଅବସ୍ଥାରେ ଝସକେତନଙ୍କୁ ବୁର୍ଲା ବଡ ମେଡ଼ିକାଲ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଜମି ଭାଗ ବଣ୍ଟା ଓ ପାରିବାରିକ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଏ ନେଇ ବିଜେପୁର ଥାନା କେସ୍ ନମ୍ବର ୨୦୪ରେ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିବା ବେଳେ ପୋଲିସ କୈଳାଶକୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

   Related Posts