oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଦିଲ୍ଲୀ ବିମାନ ବନ୍ଦରରେ ଅଘଟଣ, ଚଳନ୍ତା ପ୍ଲେନ୍‌ ଆଗକୁ ମାଡ଼ି ଆସିଲା କାର୍‌, ଦେଖନ୍ତୁ ଭିଡିଓ

2/08/2022 at 3:35 PM

ନୂଆଦିଲ୍ଲୀ, ୦୨/୦୮: ଦିଲ୍ଲୀ ବିମାନ ବନ୍ଦରରେ କର୍ମଚାରୀଙ୍କ ଅବହେଳା କାରଣରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ବିମାନ । ମଙ୍ଗଳବାର ଏକ କାର୍‌ ଇଣ୍ଡିଗୋ ବିମାନ ତଳକୁ ଚାଲି ଆସିଥିଲା । ଏହା ବିମାନର ଅଗ ଚକା ସହ ପିଟି ହୋଇଯିବାରୁ ବର୍ତ୍ତି ଯାଇଛି । ଫଳରେ ଏକ ନିଶ୍ଚିତ ଦୁର୍ଘଟଣା ଟଳି ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି କାର୍‌ ଗୋ ଫାଷ୍ଟ ଏୟାର୍‌ଲାଇନ୍ସର । ଏହି ଘଟଣା ବିମାନ ବନ୍ଦରର ଟି୨ ଟର୍ମିନାଲ୍‌ର ଷ୍ଟାଣ୍ଡ୍‌ ନମ୍ୱର ୨୦୧ରେ ଘଟିଛି । ଗୋ ଫାଷ୍ଟ ଏୟାରଲାଇନ୍ସର କାର୍‌ ଇଣ୍ଡିଗୋର ଫ୍ଲାଇଟ୍‌ A320neo ତଳକୁ ଚାଲି ଆସିଥିଲା । ତେବେ ଡିଜିସିଏ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି ।

ପରେ କାର୍‌ ଡ୍ରାଇଭର୍‌ ନିଶା ସେବନ କରିଛି ନା ନାହିଁ ସେ ନେଇ ବ୍ରେଥ୍‌ ଇନ୍‌ଲାଇଜର୍‌ ଟେଷ୍ଟ୍‌ କରାଯାଇଥିଲା । ହେଲେ ଏହା ନେଗେଟିଭ୍‌ ଆସିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ବିମାନକୁ ମଧ୍ୟ କୌଣସି କ୍ଷତି ପହଞ୍ଚିନାହିଁ । କୁହାଯାଉଛି କି ଏହି ବିମାନଟି ସକାଳୁ ବାହରର ପାଟ୍‌ନାକୁ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିଲା । ସେତେବେଳେ କାର୍‌ଟି ଏହାର ତଳକୁ ଆସିଯାଇଥିଲା । କିନ୍ତୁ ବିମାନରେ ମାଡ଼ ହେବା ପୂର୍ବରୁ ଏହା ରହି ଯାଇଥିଲା । ପରେ ବିମାନଟି ପାଟ୍‌ନା ଅଭିମୁଖେ ଉଡ଼ାଣ ଭରିଛି ।    

   Related Posts