ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Published By : Prameya-News7 Bureau | March 01, 2024 IST

ସମ୍ୱଲପୁର ୦୧/୦୩: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ରୋଗୀ । ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବ୍ରାହ୍ମଣୀପାଲି ଗାଁରେ ଘଟିଛି ଏହି ଘଟଣା । ଗାଁର ସଂଜିତା ଲୁଗୁନ୍ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା । ତେବେ କେଶାପାଲି ପଟରୁ ଆମ୍ବୁଲାନ୍ସ ଯାଇଥିବାବେଳେ ରାସ୍ତା ନଥିବାରୁ ଗାଁରେ ପହଂଚିପାରିଲାନି ।

ରୋଗୀ ଘରଠାରୁ ଦେଢ କିଲୋମିଟର ଦୂରରେ ରହିଗଲା ଆମ୍ବୁଲାନ୍ସ । ମୋବାଇଲ ନେଟଓ୍ୱାର୍କ ନଥିବାରୁ ୧୦୮ କଣ୍ଟ୍ରୋଲ ରୁମକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଫଳରେ ରୋଗୀ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ନ ହୋଇପାରିବାରୁ ଇଏମଟି ଅନିଲ ପ୍ରଧାନ, ପାଇଲଟ ସୁବାଷ ପ୍ରଧାନ ଓ ହେଲପର ସମ୍ବିତ ସାହୁ ଏକ ଷ୍ଟ୍ରେଚର ଧରି ରୋଗୀଙ୍କ ଘରେ ପହଂଚିବା ସହ ରୋଗୀଙ୍କୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ । ରୋଗୀଙ୍କୁ ଜିଲ୍ଲା ସଦର ହସ୍ପିଟାଲ ଅଣାଯିବା ପରେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇଥିଲା । ସଂଜିତା ଲୁଗୁନ୍ ଏବେ ସୁସ୍ଥ ଥିବା ଜଣାପଡିଛି ।

you can also read...

wp:embed {"url":"https://www.prameyanews7.com/comparison-to-other-states-odisha-has-less-calamity/","type":"wp-embed","providerNameSlug":"prameya-news-7"}
https://www.prameyanews7.com/comparison-to-other-states-odisha-has-less-calamity/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.