କଡ଼ ଲେଉଟାଇଲା ଅସୁସ୍ଥ ହାତୀ, ଦନ୍ତାକୁ ସାଲାଇନ ସହ ଦିଆଯାଉଛି ଔଷଧ ଇଞ୍ଜେକ୍ସନ

Published By : Prameya-News7 Bureau | June 14, 2022 IST

ଆଠଗଡ ୧୪/୦୬: ନରସିଂହପୁର ପଶ୍ଚିମ ବନାଞ୍ଚଳ ଜୟପୁର ଜଙ୍ଗଲରେ ଦୀର୍ଘ ଦିନ ଧରି ଅସୁସ୍ଥ ଦନ୍ତା ହାତୀ ଦୀର୍ଘ ଦିନ ପରେ ଆଜି କଡ଼ ଲେଉଟାଇଛି । ଜେସିପି ମାଧ୍ୟମରେ ବେଲ୍ଟ ଲଗାଇ ହାତୀକୁ କଡ଼ ଲେଉଟାଯାଇଥିଲା ।

ଗୋଟିଏ ପଟରେ ସୋଇ ସୋଇ ହାତୀର ଗୋଟିଏ ପାଖରେ କେତେକ ସ୍ଥାନରେ ଘା ସୃଷ୍ଟି ହୋଇ ଯାଇଥିବା ବେଳେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ତାଙ୍କ ଟିମ୍ ଅସୁସ୍ଥ ହାତୀର ଚିକିତ୍ସା କରୁଛନ୍ତି । ହାତୀକୁ ୧୫ ଟି ସାଲାଇନ ସହିତ ଔଷଧ ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଇଛି ।

ହାତୀଟି ଚୋପାଥିବା ଖାଦ୍ୟ ଖାଇବାରେ ସମସ୍ୟା ହେଉଛି ଯାହା ଫଳରେ ଚୋପା ଥିବା ଫଳ ଖାଇ ପାରୁନାହିଁ । ହାତୀକୁ ତରଭୁଜ ଆଦି କେତେକ ଫଳ ଚୋପା ଛଡାଇ ଦିଆଯାଉଛି । ବର୍ତ୍ତମାନ ହାତୀର ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି ହାତୀଟି ଶୋଇ ରହିଥିଲେ ମଧ୍ୟ ସକ୍ରିୟ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.