scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏତେ ଲଗଜୁରୀ ହେବ ସ୍ଲିପର୍‌ ବନ୍ଦେ ଭାରତ ଏକ୍ସପ୍ରେସ୍, ନଜର ଆସିଲା ଫାଷ୍ଟ ଲୁକ୍‌

2/10/2023 at 3:20 PM

ନୂଆଦିଲ୍ଲୀ ୦୨।୧୦: ବନ୍ଦେ ଭାରତ ଏକ୍ସପ୍ରେସ୍ । ଦେଶର ପ୍ରଥମ ସେମି ହାଇସ୍ପିଡ୍‌ ଟ୍ରେନ୍‌ । ଭାରତୀୟ ରେଲଓ୍ବେର ଅନେକ ରୁଟ୍‌ରେ ଚାଲୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ।  ଯଦିଓ ଏହାର ଚେୟାର କୋଚ୍‌ ଏବେ ଚାଲୁଛି କିନ୍ତୁ ଖୁବଶୀଘ୍ର ଏହାର ସ୍ଲିପର୍‌ କୋଚ୍‌ ଭାରତୀୟ ରେଲଓ୍ବେରେ ଦୌଡିବ । ଏହି ଟ୍ରେନ୍‌ ଲମ୍ବା ଦୂରତା ପାଇଁ ଚଳାଇବେ ସରକାର ।

ଚଳିତ ଆର୍ଥିକ ବର୍ଷରେ ସ୍ଲିପର୍‌ କୋଚ୍‌ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ମେଟ୍ରୋ ବନ୍ଦେ ଭାରତ ଏକ୍ସପ୍ରେସ  ଲଞ୍ଚ କରିବାର ଯୋଜନା ଅଛି । ଏବେ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍‌ କୋଚ୍‌ ଟ୍ରେନ୍‌ର ଫାଷ୍ଟଲୁକ୍‌ ସାମ୍ନାକୁ ଆସିଛି । ଯାହାର ଫଟୋ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । କୁହାଯାଉଛି କି ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍‌ କୋଚ ଗୁଡିକର କାମ ଶେଷ ହୋଇଛି ।

 ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ରହିଛି ୮୫୭ଟି ବର୍ଥ ।  ଏଥିମଧ୍ୟରୁ ୮୨୩ଟି ବର୍ଥ ଯାତ୍ରୀମାନଙ୍କ ପାଇଁ ଏବଂ ୩୪ଟି ବର୍ଥ କର୍ମଚାରୀଙ୍କ ପାଇଁ ରକ୍ଷା ଯାଇଛି । ସବୁ କୋଚ୍‌ରେ ରହିବ ଏକ ମିନି ପ୍ୟାଣ୍ଟ୍ରି  ।  ସ୍ଲିପର୍‌ କୋଚ୍‌ ବେଶ୍‌ ଲଗଜୁରୀ ନଜର ଆସୁଛି । ସୋଶିଆଲ୍ ମିଡିଆରେ ସ୍ଲିପର୍‌ ବନ୍ଦେ ଭାରତ ଏକ୍ସପ୍ରେସର ଭିତରର ଫଟୋ ବେଶ୍‌ ଭାଇରାଲ୍‌ ହେଉଛି ।  ଯାହା ଦେଖିବାକୁ ଖୁବ୍‌ ବିଳାସପୂର୍ଣ୍ଣ  । ଲଗଜୁରୀ ହେବା ସହିତ ଟ୍ରେନ୍‌ରେ ଅଧିକ ସ୍ପେଶ୍‌ ଥିବା ଦେଖିବାକୁ ମିଳୁଛି ।

ଏହି ଟ୍ରେନ୍‌ ଏକ ଆଲିସାନ୍‌ ହୋଟେଲର୍  ଫିଲିଙ୍ଗ ଦେବ । ତେବେ ବନ୍ଦେ ଭାରତ ଏକ୍ସପ୍ରେସର ସ୍ଲିପର୍ କୋଚର ପ୍ରଥମ ଟ୍ରେନ୍‌ ଆସନ୍ତାବର୍ଷ ଫେବୃଆରୀ ଶେଷ ସୁଦ୍ଧା ଟ୍ରାକକୁ ଦୌଡିପାରେ ।  ଏନେଇ ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି, ବନ୍ଦେ ଭାରତ ସ୍ଲିପର୍‌ କୋଚ୍‌ ଆସନ୍ତାବର୍ଷ ମାର୍ଚ୍ଚ ୨୦୨୪ ସୁଦ୍ଧା ଲଞ୍ଚ ହେବ ।  

ଅନ୍ୟପଟେ ଆଇସିଏଫ୍ର ଜେନେରାଲ୍ ମ୍ୟାନେଜର ବି.ଜି ମାଲ୍ୟା କହିଛନ୍ତି କି ଚଳିତ ବର୍ଷ ଅକ୍ଟୋବର ୩୧ ପୂର୍ବରୁ ଏହା ଲଞ୍ଚ ହୋଇପାରେ । ଏହା ଏକ ନନ୍‌-ଏସି ପୁସ୍-ପଲ୍ ଟ୍ରେନ୍ ହେବ । ସ୍ଲିପର୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୨ଟି କମ୍ପାନୀ ଏକାଠି ନିର୍ମାଣ କରୁଛନ୍ତି ।

ଏଥିରେ ରେଳ ବିକାଶ ନିଗମ ଲିମିଟେଡ୍ (RVNL) ଏବଂ ଋଷିଆର TMH ଗ୍ରୁପ୍ ଅନ୍ତର୍ଭୁକ୍ତ ରହିଛି ।  ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଦେଶର ପ୍ରାୟ ୩୦ରୁ ଅଧିକ ରୁଟ୍‌ରେ ଦୌଡୁଛି । ତେବେ ସ୍ଲିପର୍‌ କୋଚ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏବେଠାରୁ ଅଧିକ ହୋଇପାରେ ।

You Can Read:

   Related Posts