କଙ୍ଗନା ରାଣାଓ୍ବତ୍‌ଙ୍କୁ ଚାପୁଡା ମାରିଥିବା ସିଏସ୍ଏଫ୍ ଯବାନଙ୍କୁ କଣ ମିଳିବ ଦଣ୍ଡ ? ଜାଣନ୍ତୁ...

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ ୦୯।୦୬: କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାଓ୍ବତ୍‌ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । ନିକଟରେ ସିଏସ୍ଏଫ୍ ଯବାନ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନାଙ୍କୁ ମାରିଥିଲେ ଚାପୁଡ଼ା । ଘଟଣାଟି ଚଣ୍ଡିଗଡ଼ ବିମାନ ବନ୍ଦରରେ ଘଟିଥିଲା ।

ଦିଲ୍ଲୀ ଆସିବା ବେଳେ ବିମାନବନ୍ଦରରେ ଚେକିଙ୍ଗ୍‌ ବେଳେ ସିଏସ୍ଏଫ୍ ଯବାନ କୁଲବିନ୍ଦର କୌର କଙ୍ଗନାଙ୍କୁ ମାରିଥିଲେ ଚାପୁଡ଼ା । ଏବେ ପ୍ରଶ୍ନ ଆସୁଛି ଚାପୁଡା ମାରିବା ପରେ ତାଙ୍କୁ କେଉଁ ଦଣ୍ଡ ମିଳିବ ? ଆସନ୍ତୁ ଜାଣିବା…

ବାସ୍ତବରେ ଚାପୁଡ଼ା ମାରିଲେ IPCର ଭିନ୍ନ-ଭିନ୍ନ ଧାରା ଲଗାଯାଇପାରେ । ତେବେ କେଉଁ ପରିସ୍ଥିତିରେ ଚାପୁଡ଼ା ମରାଯାଇଛି ତା ଉପରେ ନିର୍ଭର କରେ ଦଣ୍ଡ । ଯଦି ଚାପୁଡ଼ା ମାରିବା ଅପରାଧ ବର୍ଗରେ ଆସେ, ତେବେ ଆଇପିସିର ଧାରା ୩୨୩ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । 

ଏହାବ୍ୟତୀତ ଅଭିଯୁକ୍ତ ଉଦ୍ଦେଶ୍ୟମୂଳକ ଭାବେ କ୍ଷତି କିମ୍ବା ଆଘାତ ଦେଇଥିବାରୁ ଏକ ବର୍ଷ ପାଇଁ ଜେଲ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ବର୍ଷେ ଜେଲଦଣ୍ଡ ସହିତ ୧ ହଜାର ଟଙ୍କା ଜରିମାନା ମଧ୍ୟ ଲଗା ଯାଇପାରେ କିମ୍ବା ୨ଟି ଯାକ ଲାଗୁ ହୋଇପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.