oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଣ୍ଟେଡ୍ ପବ୍‌ରୁ ମହିଳାଙ୍କ ଖପୁରୀ ଚୋରି: ୨୦୦ ବର୍ଷ ପୂର୍ବରୁ ମିଳିଥିଲା ମୃତ୍ୟୁଦଣ୍ଡ

6/01/2022 at 8:45 PM

ନୂଆଦିଲ୍ଲୀ ୦୬/୦୧ : ଚୋରା ବେଳେ ବେଳେ ଅନ୍ଦାଜା ବି ଲଗାଇ ପାରେନି ଯେ ସେ କଣ ଚୋରି କରୁଛି। ଯଦି ଜାଣିପାରିଥାନ୍ତା ତାହେଲେ ଅନେକ ବର୍ଷ ପୁରୁଣା ଖପୁରୀକୁ ଭଲ କାହିଁକି ଚୋରି କରିଥାନ୍ତ ? ବ୍ରିଟେନର ସବୁଠାରୁ ହଣ୍ଟେଡ ପବରୁ ଜଣେ ମହିଳାଙ୍କ ଚୋରି ହେବାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ପବ୍ ତରଫରୁ ଅପିଲ କରାଯାଇଛି ଯେ ଯିଏ ବି ଖପୁରୀ ଚୋରି କରିଛି ସେ ତୁରନ୍ତ ଫେରାଇଦେଉ।

ଦ ଗୋଲ୍ଡେନ ଫ୍ଲିସ ପବରେ ୧୯ ଶତାବ୍ଦୀ ସହ ସମ୍ବନ୍ଧିତ ଏକ ଖପୁରୀର ରେପ୍ଲିକାକୁ ଡ଼ିସପ୍ଲେରେ ରଖାଯାଇଥିଲା। ଏହି ଖପୁରୀ ୧୮୦୦ ମସିହାରେ ବ୍ୟାଙ୍କ ନୋଟ ଫ୍ରଡରେ ସଜାୟାଫ୍ତା ଥିବା ଏଲିଜାବେଥ ଜୋନ୍ସଙ୍କର ଥିଲା। ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଖପୁରୀର ଏକ ରେପ୍ଲିକା ଭର୍ସନକୁ ଏଠାରେ ଡ଼ିସପ୍ଲେରେ ରଖାଯାଇଥିଲା ଯାହା ଚୋରି ହୋଇଯାଇଛି।

ପବ ମ୍ୟାନେଜମେଣ୍ଟ ଯେମିତି ଚୋରି ସମ୍ପର୍କରେ ଜାଣିବା ପରେ ତତ୍କାଳ ଅପିଲ ଜାରି କରିଛନ୍ତି। ସେ ଫେସବୁକରେ ମଧ୍ୟ ମେସେଜ ଦେଇଛନ୍ତି। ସେ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ କେହି ଜଣେ ଗତ ରାତିରେ ଏଲିଜାବେଥଙ୍କ ଖପୁରୀ ଚୋରି କରିନେଇଛି। ତେବେ ତାକୁ କିଏ କାହିଁକି ନେବ ଆମେ ବୁଝି ପାରୁନାହୁଁ। ବୋଧହୁଏ ତାକୁ ନେଇଯାଇଥିବା ଲୋକ ଭୁଲବଶତଃ ନେଇଯାଇଛି ଏବଂ ତାକୁ ଶୀଘ୍ର ଫେରାଇଦେବ। ଆମେ ସବୁ ସିସିଟିଭି ଯାଞ୍ଚ କରୁଚୁ। ଯଦି ଏ ସମ୍ପର୍କରେ ଆପଣମାନଙ୍କୁ କିଛି ସୂଚନା ମିଳେ ତାହେଲେ ଆମକୁ ନିଶ୍ଚୟ ସୂଚିତ କରନ୍ତୁ।

ଏଲିଜାବେଥଙ୍କୁ £1 ନୋଟରେ ଜାଲିଆତି ଅଭିଯୋଗରେ ୧୮୦୦ ଅଗଷ୍ଟ ୨୩ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଦ ଗୋଲ୍ଡେନ ଫ୍ଲିସ ପବ କହିବାନୁଯାୟୀ, ଯେତେବେଳେ ଏହି ଜାଗା Inn (ଆଶ୍ରୟସ୍ଥଳୀ) ଥିଲା ସେତେବେଳେ ସେ ଏଠାକୁ ଆସୁଥିଲେ ଏବଂ ଏହି ଜାଗାର ମାଲିକଙ୍କ ତରଫରୁ ଖପୁରୀର ରେପ୍ଲିକା ଦାନ କରାଯାଇଥିଲା। ଏହି ପବକୁ ନେଇ ବ୍ରିଟେନରେ ବିଭିନ୍ନ ପ୍ରକାର ଭୟାବହ କାହାଣୀ ରହିଛି।

ଏହି ଜାଗାରେ Ye Olde Salutation Inn ଥିଲା ଯାହା ନଟିଙ୍ଗଘମର ସବୁଠାରୁ ପୁରୁଣା ପବ ଥିଲା। ଏହା ନବମ ଶତାବ୍ଦୀର ଗୁମ୍ଫାରେ ତିଆରି ହୋଇଥିଲା। ଏହି ଜାଗା ସମ୍ପର୍କରେ ଅନେକ ହଣ୍ଟେଡ କାହାଣୀ ରହିଛି। ଏହି ଜାଗାରେ ଜଣେ ଛୋଟ ଝିଅର ଆତ୍ମା ଘୁରିବୁଲେ ବୋଲି କୁହାଯାଏ। ଏଠାକୁ ଆସୁଥିବା ଗ୍ରାହକଙ୍କୁ ରହସ୍ୟମୟୀ ଭାବେ କ୍ଷତ ମଧ୍ୟ ହେଉଥିଲା।

   Related Posts