ନିଖୋଜ ଶିଶୁର ପାଦ ପରେ ମିଳିଲା ଖପୁରୀ : ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସର ତଦନ୍ତ ଆରମ୍ଭ

Published By : Prameya-News7 Bureau | March 02, 2020 IST

କେନ୍ଦୁଝର ୨/୩:  କେନ୍ଦୁଝର ଯୋଡ଼ା ଥାନା ବାଂଶପାଣି ଟୋଲଗେଟ୍ ନିକଟ ବସ୍ତି ପାଖ ବୁଦାରୁ ମଣିଷ ଖପୁରି ଉଦ୍ଧାର ହୋଇଛି । ଯୋଡ଼ା ପୋଲିସ ଏହି ଖପୁରିକୁ ଜବତ୍ କରି ଛାନଭିନ୍ ଚଳାଇଛି । ଖପୁରିଟି ସେହି ବସ୍ତିର ବାପ ଛେଉଣ୍ଡ ସାଢ଼େ ୩ ବର୍ଷର ଶିଶୁପୁତ୍ର ରୋହିତ ଓରାମଙ୍କ ବୋଲି ସନ୍ଦେହ କରାଯାଉଛି । ଗତ ଡିସେମ୍ବର ମାସରୁ ରୋହିତ ନିଖୋଜ ଥିଲେ । ଜାନୁଆରୀ ୧୮ ତାରିଖରେ କିଛି ବୁଲା କୁକୁର ଶିଶୁର ଏକ ଗଳିତ ପାଦକୁ ଆଣି ବସ୍ତି ନିକଟରେ ପକାଇଥିଲେ । ତେବେ ସେତେବେଳେ ମିଳିଥିବା ଏହି ପାଦ, ନିଖୋଜ ଶିଶୁ ରୋହିତ ଓରାମଙ୍କର ବୋଲି ତାଙ୍କ ମାଆ ଶଶୀ ଓରାମ୍ ଦାବି କରିଥିଲେ । 

{"id":231458,"sizeSlug":"large"}

ଯୋଡ଼ା ପୋଲିସ ଏହି ଗଳିତ ପାଦକୁ ଜବତ୍ କରି ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଥିଲା । ଏଥିସହ ପାଖ ବୁଦା ଓ ଜଙ୍ଗଲରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ରୋହିତର କୌଣସି ପତ୍ତା ମିଳିନଥିଲା । ତେବେ ରୋହିତକୁ ଅପହରଣ କରି ହତ୍ୟା କରାଯାଇଥିବା ମାଆ ଶଶୀ ଓରାମ୍ ଅଭିଯୋଗ କରିବା ସହ ହତ୍ୟାକାଣ୍ଡ ପଛରେ ତାଙ୍କର ଜଣେ ସଂପର୍କିୟ ଦିଅରଙ୍କ ହାତ ଥିବା ସନ୍ଦେହ କରିଥିଲେ । ଉଦ୍ଧାର ଖପୁରି ନିଖୋଜ ରୋହିତଙ୍କର ନା ଆଉ କାହାର ଏନେଇ ପୋଲିସ ଛାନଭିନ ଚଳାଇଛି ।

{"id":231459,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.