ଦାଦନ ଅଞ୍ଚଳରେ ଦକ୍ଷତା ବିକାଶ ଅଭିଯାନ
11/08/2018 at 8:48 AM

ବଲାଙ୍ଗୀର ୧୧/୮ : ଏଣିକି ଆଉ ଦାଦନ ଖଟିବାକୁ ଯିବାକୁ ପଡିବ ନାହିଁ ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ଅଞ୍ଚଳର ପିଲାମାନଙ୍କୁ। ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍କିଲ୍ଡ ଓଡିଶା କାର୍ଯ୍ୟକ୍ରମ ଜରିଆରେ ବଲାଙ୍ଗୀର ଜିଲ୍ଲା ବେଲପଡା ଓ ଖପ୍ରାଖୋଲ ବ୍ଲକରେ କରାଯାଇଛି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯୋଗ୍ୟତା ଅନୁଯାଇ ନିଯୁକ୍ତି ଓ ଶିକ୍ଷା ପ୍ରଦାନ ପାଇଁ ଅଭିଯାନ । ଓଡିଶା ସ୍କିଲ୍ଡ ପକ୍ଷରୁ ଏଭଳି ଦାଦନ ପ୍ରବଣ ଅଞ୍ଚଳ ପାଇଁ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରସଂଶା କରିଛନ୍ତି ଏଠାକୁ ଆସିଥିବା ଛାତ୍ରଛାତ୍ରୀ । ଆଗାମି ଦିନରେ ଏହା ବଲାଙ୍ଗୀର ସହ ନୂଆପଡା ଜିଲ୍ଳାରେ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।
ପ୍ରୋଜେକ୍ଟର ଜରିଆରେ ଦେଖା ଯାଉଛି ପିଲାମାନଙ୍କୁ ଭିଡିଓ। ସମ୍ମୁଖରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ। ସାମ୍ନାରେ ବସିଥିବା ଛାତ୍ରଛାତ୍ରୀ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଅଞ୍ଚଳ ବେଲପଡା ଓ ଖପ୍ରାଖୋଲ ଅଞ୍ଚଳର ପାଠପଢି ଶିକ୍ଷତି ହୋଇ ବେକାର ଥିବା ଯୁବକ ଯୁବତୀ । ସ୍କିଲ୍ଡ ଓଡିଶା କାର୍ଯ୍ୟକମ ଜରିଆରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି ଦାଦନ ପ୍ରବଣ ଅଞ୍ଜଳରେ ପାଠ ପଢା ଶିକ୍ଷିତ ଥିବା ବେକାର ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ କରିବା ସହ ସେମାନଙ୍କୁ ଯୋଗ୍ୟତା ଅନୁଯାଇ ଶିକ୍ଷା ଓ ନିଯୁକ୍ତି ପ୍ରଦାନ କରିବା କାର୍ଯ୍ୟକ୍ରମ। ଆଇଟି ଆଇ, ଡିପ୍ଲୋମା, ସରକାରୀ ବିଭିନ୍ନ ସଂସ୍ଥା, ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ କମ୍ପାନୀ ଜରିଆରେ ଏ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମଥର ତାଲିମ ଦେବା ପରେ ଯୋଗ୍ୟତା ଅନୁଯାୟୀ ଦିଆଯିବ ନିଯୁକ୍ତି । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଜରିଆରେ ବାହାରକୁ ନ ଯାଇ ନିଜ ଅଞ୍ଚଳରେ ପାଠପଢା ପିଲାମାନେ ନିଯୁକ୍ତି କରିବା ସହ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବେ ବୋଲି କହିଛନ୍ତି ଏଠାକୁ ଆସିଥିବା ଛାତ୍ରଛାତ୍ରୀ।
ବଲାଙ୍ଗୀର ଜିଲ୍ଳାରୁ ପ୍ରତି ବର୍ଷ ବାହାର ରାଜ୍ୟକୁ ଯାଇଥାନ୍ତି ହଜାର ସଂଖ୍ୟକ ଦାଦନ । ସେଠାରୁ ନିର୍ଯ୍ୟାତନାର ଶିକାର ହେବା ସହ କେତେବେଳେ ହାତ ତ ଆଉ କେତେ ବେଳେ ଜୀବନ ହାରିଥାନ୍ତି। ନିଜ ପିଲାମାନଙ୍କୁ ପାଠ ପାଢାଇବା ବୟସରେ ସାଙ୍ଗରେ ନେଇ ଯାଇଥାନ୍ତି ଦାଦନ । ଏଭଳି ସମୟରେ ସ୍କିଲ୍ଡ ଓଡିଶା ପକ୍ଷରୁ ଆରମ୍ଭ କରାଯାଇଛି ଏ କାର୍ଯ୍ୟକ୍ରମ। ପ୍ରଥମ ଥର ପାଇଁ ବେଲପଡା ଓ ଖପ୍ରାଖୋଲ ବ୍ଲକର ୨୦ ଟି ଗ୍ରମାପଞ୍ଚାୟତରୁ ପିଲାମାନଙ୍କୁ ଗାମରୁ ହିଁ ବିବେଚତି କରି ଏଠାକୁ ଅଣାଯାଇଛି। ୨୩୦ ଜଣ ଯୁବକ ଯୁବତିଙ୍କୁ ଏ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସୁଯୋଗ ମିଳିଛି। ତେବେ ସରକାର କ୍ଷେତ୍ରରୁ ଆରମ୍ଭ କରି ଘରୋଇ କମ୍ପାନୀ ଓ ଆଇଟିଆଇ ଓ ଡିପ୍ଲୋମା ଭଳି ପାଠ୍ୟକ୍ରମ ଏମାନଙ୍କୁ ପଢାଯିବା ସହ ବିଭିନ୍ନ କ୍ଷେତ୍ରରେ ଦିଆଯିବ ଟ୍ରେନିଙ୍ଗ ତା ସହ ନିଯୁକ୍ତି। ପାଖାପାଖି ୧୦ ରୁ ଅଧିକ ବିଭିନ୍ନ ସରକାରୀ ଓ ଘରୋଇ କମ୍ପାନି ମଧ୍ୟ ଏହି ମେଳାରେ ଯୋଗ ଦେବା ସହ ଏହି ଦାଦାନ ଅଞ୍ଚଳ ପିଲାମାନଙ୍କୁ ଦେଖାଇଛନ୍ତି ନୂଆଁ ଦିଗ। ଏହା ପ୍ରଥମ ଥାର ପାଇଁ ବଲାଙ୍ଗୀରରେ ଆରମ୍ଭ ହୋଇଥିବା ବେଳେ ପରେ ନୂଆପଡାର ଗୋଟିଏ ବ୍ଲକରେ ମଧ୍ୟ କରାଯିବା ସହ ୩ ଟି ବ୍ଲକ ର ୩୦ ଟି ପଞ୍ଚାୟତରୁ ପିଲାମାନଙ୍କୁ ଦିଆଯିବ ଟ୍ରେନିଙ୍ଗ।
ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛନ୍ତି ଲୋକ। ହେଲେ ସେମାନଙ୍କୁ ମିଳୁଛି ଉଚିତ ପାଉଣା ନା ଉଚିତ ସମ୍ମାନ। ସରକାରଙ୍କ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସଚେତନ ହୋଇ ନିଜ ଗୋଡରେ ନିଜେ ଛିଡା ହେଉଛନ୍ତି ଏଭଳି ଦାଦାନ ପରିବାର ର ଛାତ୍ର ଛାତ୍ରୀ ନା କେବଳ ଯେୋଜନା ଯୋଜନା ହୋଇ ରହି ଯାଉଛି ତାହା ଦେଖିବାକୁ ବାକି ରହିଲା।