କାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

Published By : Prameya-News7 Bureau | May 22, 2024 IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବିଞ୍ଚଣା ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଏକ ନର କଙ୍କାଳ ଉଦ୍ଧାର କରିଛି ଗାଙ୍ଗପୁର ପୋଲିସ l କଙ୍କାଳଟି ଲୁଣୀପଡ଼ା ଶାସନ ଗ୍ରାମର ରଙ୍କନିଧି ସ୍ୱାଇଁ ବୋଲି ଅନୁମାନ କରୁଛି ପୋଲିସ।

ତେବେ ଘଟଣାର ସତ୍ୟତା ପାଇଁ କଙ୍କାଳକୁ ବ୍ରହ୍ମପୁର ଏଫଏମଟିକୁ ପଠାଇଛି ପୋଲିସ l ଗତ ୨୩ ତାରିଖ ଦିନ ମୃତକଙ୍କ ଭାଇ ବାଳକୃଷ୍ଣ ସ୍ୱାଇଁ ନିଖୋଜ ରିପୋର୍ଟ ଲେଖାଇଥିଲେ। ଆଉ ଏହି ଆଧାରରେ ପୋଲିସ ରଙ୍କନିଧିଙ୍କ ଖୋଜ୍ ଆରମ୍ଭ କରିଦେଇଥିଲା। 

ତେବେ ଏପର୍ଯ୍ୟନ୍ତ ମୃତକଙ୍କ ଭାଇ କିମ୍ବା ପରିବାର ଲୋକ ହତ୍ୟା ଅଭିଯୋଗ ଆଣିନାହାନ୍ତି l ସେପଟେ ଗାଙ୍ଗପୁର ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.