ପାହାଡ ଉପରୁ କଙ୍କାଳ ଉଦ୍ଧାର, ନିକଟରେ ପଡିଛି ଖପୁରି, ଚୁଡି ସହ ମହିଳାଙ୍କ ଅନ୍ତଃବସ୍ତ୍ର
24/08/2020 at 12:51 PM

ସାନଖେମୁଣ୍ଡି ୨୪।୮: ପାହାଡ ଉପରୁ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗୋଛାବାଡି ପଞ୍ଚାୟତ ଅନ୍ତର୍ଗତ ବେରୁହାଁବାଡି ନିକଟ ପାହାଡ ଉପରୁ ମିଳିଛି କଙ୍କାଳ । ପୋଲସରା ପୋଲିସ ଏହି କଙ୍କାଳଟି ଉଦ୍ଧାର କରିଛି । କଙ୍କାଳ ନିକଟରେ ଖପୁରି, ଚୁଡି ସହ ମହିଳାଙ୍କ ଅନ୍ତଃବସ୍ତ୍ର ପଡିଥିବାର ଦେଖିବାକୁ ମିଳିଛି ।
ଖବର ପାଇ ପୋଲସରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ଖପୁରି, ଚୁଡି ସହ ପଡିଥିବା ଅନ୍ତଃବସ୍ତ୍ର ମଧ୍ୟ ଜବତ କରିଛି । ତେବେ ଏହା ହତ୍ୟାକାଣ୍ଡ ନା ଦୁଷ୍କର୍ମ ପରେ ହତ୍ୟା ତାହାର ତଦନ୍ତ ଜାରି ରଖିଛି । ଏହାକୁ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି । ସେହି ସ୍ଥାନରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲସରା ପୋଲିସ ଉପସ୍ଥିତ ରହି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ।