ସଚେତନତା ଅଭାବରୁ ସାଙ୍ଘାତିକ ପରିଣାମ ଭୋଗନ୍ତି ମହିଳା: ୬୨ ପ୍ରତିଶତ ମହିଳା ସାନିଟାରୀ ନାପକିନ ବ୍ୟବହାର କରନ୍ତି ନାହିଁ…

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ୫/୩: ବର୍ତ୍ତମାନ ସମୟରେ ମହିଳା ଓ ପୁରୁଷ ଉଭୟ ସମାନ। ହେଲେ ସ୍ବାସ୍ଥ୍ୟ ଦିଗରେ ମଧ୍ୟ ମହିଳାଙ୍କୁ ସମାନ ଅଧିକାର ମିଳିବା ଉଚିତ୍‌। ଅର୍ଥାତ ସେମାନଙ୍କ ସମସ୍ୟା ଘର ସମସ୍ୟା ବୋଲି ଭାବିବା ଉଚିତ୍। କାରଣ ମହିଳାଙ୍କ କ୍ଷେତ୍ରରେ ବହୁ ଅସୁବିଧା ଦେଖାଯାଇଥାଏ।ଏକ ମାସରେ ଥରେ ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ହୋଇଥାଏ।

{"id":233243,"sizeSlug":"large"}

ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ଆବଶ୍ୟକ ନାହିଁ। ଯଦି ମହିଳାମାନେ ଏହି ସମୟରେ ନିଜର ଠିକ୍ ଭାବେ ଯତ୍ନ ନ ନିଅନ୍ତି ତେବେ ସେମାନେ କିଛି ଭୟଙ୍କର ରୋଗର ଶିକାର ହୋଇଥାଆନ୍ତି। ଏହି ରୋଗ ମଧ୍ୟରେ କର୍କଟ ଭଳି ରୋଗ ମଧ୍ୟ ରହିଛି। ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ପାଖାପାଖି ୬୨ ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ନାପକିନ ବଦଳରେ ଅନ୍ୟ କିଛି ବ୍ୟବହାର କରିଥାଆନ୍ତି। ଅର୍ଥାତ ଦୂଷିତ କପଡ଼ା ବ୍ୟବହାର କରିଥାଆନ୍ତି। ସର୍ଭେ ଅନୁସାରେ ୬୨ ପ୍ରତିଶତ ମହିଳା ଅସୁବିଧା ସମୟରେ ଗୋଟିଏ କପଡ଼ାକୁ ବାରମ୍ବାର ବ୍ୟବହାର କରିଥାଆନ୍ତି। ଏହି ସମୟରେ ସ୍ବଚ୍ଛତା ଅଭାବରୁ ଘାତକ ରୋଗ ଆକ୍ରମଣ କରିଥାଏ।

ଭର୍ଜିନାଲ ଇଫେକ୍ସନ- କ୍ୟାଡିଡିଆସିସ୍ ହେଉଛି ଏକ ସଂକ୍ରମଣ। ଯଦି ଆପଣ ନିଜର ଗୁପ୍ତାଙ୍ଗ (ପ୍ରାଇଭେଟ) ଅଂଶଗୁଡିକ ସଫା ନ ରଖନ୍ତି ତେବେ ଏହି ସଂକ୍ରମଣ ରୋଗ ହେବାର ସମ୍ଭାବନା ରହିଛି। ଏହି ସଂକ୍ରମଣ  ମାଡ଼ିଯାଏ ଯେତେବେଳେ ବ୍ୟକ୍ତିଗତ ଅଙ୍ଗରେ ଭଲ ବ୍ୟାକ୍ଟେରିଆର ପରିମାଣ କମ୍ ହୋଇଯାଏ।ଏବଂ କ୍ୟାଣ୍ଡିଡା ନାମକ ୟିଷ୍ଟ ମାତ୍ରା ବଢ଼ିଯାଏ।

ଗର୍ଭାଶୟ କର୍କଟ- ଦୀର୍ଘ ସମୟ ଧରି ରକ୍ତସ୍ରାବ ହେବା ଏବଂ ଉପଯୁକ୍ତ ଯତ୍ନ ନ ନେବା ଏହା ଶରୀରକୁ ଦୁର୍ବଳ କରିଥାଏ। ଏପରି କି ଗର୍ଭାଶୟ କର୍କଟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ।

ଫଲୋପିଆନ୍ ଟ୍ୟୁବ୍ ଏବଂ ଡିମ୍ବାଣୁ ସଂକ୍ରମଣ- ଏହା ହେବାର ଅନେକ କାରଣ ରହିଛି। ସେଥିମଧ୍ୟରୁ ଋତୁସ୍ରାବ ସମୟରେ ସ୍ବଚ୍ଛତା ଅବଲମ୍ବନ ନ କରିବା ଏକ ପ୍ରମୁଖ କାରଣ। ଏହି ସମୟରେ ମହିଳାମାନେ ସତର୍କତା ଅବଲମ୍ବନ କରିବା ଉଚିତ୍‌।

ତେଣୁ ମାସିକ ଋତୁସ୍ରାବ ସମୟରେ ମହିଳାମାନେ ସ୍ବଚ୍ଛ ରହିବା ଆବଶ୍ୟକ। ଏହା ସହିତ ଦୂଷିତ କପଡ଼ା ବଦଳରେ ନାପିକିନ ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ।ମହିଳାମାନଙ୍କୁ ସଂକ୍ରମଣ ରୋଗ ହେଲେ ପୂରା ପରିବାରରେ ଖେଳି ଯାଇଥାଏ। କାହିଁକି ମହିଳାମାନେ ପରିବାର ସମସ୍ତ କାର୍ଯ୍ୟ କରିଥାଆନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ମହିଳାମାନେ ଘର କାମ କରିବା ଠାରୁ ରନ୍ଧିବା, ଘର ଲୋକଙ୍କୁ ଖାଦ୍ୟ ପରଷିବା କାମ କରିଥାଆନ୍ତି। ଏହା ଦ୍ବାରା ସଂକ୍ରମଣ ଘର ସାରା ବ୍ୟାପି ଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.