ଦାଦନ ଖଟିବାକୁ ଯାଉଥିଲେ ନାଗପୁର; ୧୬ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | October 20, 2022 IST

ନୂଆପଡ଼ା ୨୦/୧୦: ନୂଆପଡ଼ା ଜିଲ୍ଲା ଖରିଆର ରୋଡ ରେଳ ଷ୍ଟେସନରୁ ୧୬ ଯୁବତୀଙ୍କୁ ଉଦ୍ଧାର କଲା ଜୋଙ୍କ ପୋଲିସ। ଯୁବତୀମାନଙ୍କ ମଧ୍ୟରେ ୩ ନାବାଳିକା ଥିବା ଅଛନ୍ତି। ଏହାସହ ସେମାନଙ୍କୁ ମହାପରାଷ୍ଟ୍ର ନେଉଥିବା  ଅଜୟ କୁମାର ସାହ ନାମକ ଯୁବକଙ୍କୁ ପୋଲିସ ଅଟକ ରଖିଛି। ଯୁବତୀ ଚାଲାଣ ହେଉଥିବା ଖବର ପାଇ ଷ୍ଟେସନରେ ପୋଲିସ ତଦାରଖ କରିବା ବେଳେ ୧୬ ଜଣ ଯୁବତୀ ନଜରକୁ ଆସିଥିଲେ। ନାଗପୁର ନେଉଥିବା ଯୁବକଙ୍କ ସହ ସମସ୍ତଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇଛି।

ଉଦ୍ଧାର ୧୨ ଜଣ ଯୁବତୀ କୋମନା ବ୍ଲକ ଦର୍ଲ୍ଲିପଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।  ଆଉ ୪ ଜଣଙ୍କ ଭିତରୁ ମିଛାପାଲିର ଜଣେ, ସୁନାବେଡ଼ା ଗାତିବେଡାର ୨ ଜଣ ଓ ଧାକଲି ଗାଁର ଜଣେ ରହିଛନ୍ତି। ସମସ୍ତ ଯୁବତୀଙ୍କୁ ମହାରାଷ୍ଟ୍ର ନାଗପୁର ଜିଲ୍ଲା ନୟାକୁଣ୍ଡରେ ଥିବା ସୁର୍ୟ୍ୟାମ୍ବା ସୁତାକଳରେ କାମ କରାଇବାକୁ ନିଆ ଯାଉଥିଲା। ଉଦ୍ଧାର ଯୁବତୀମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି। ସେପଟେ ଥାନାରେ ଅଟକ ଯୁବକ ବିହାର୍‌ର ବାସିନ୍ଦା ହୋଇଥିବା ବେଳେ ସେ ମଧ୍ୟ ସେହି ସୁତା ମିଲରେ କର୍ମଚାରୀ  ଥିଲେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.