୬ ବର୍ଷରେ ଆଖିବୁଜିଲା ଦେବୀଶ୍ରୀ, ହେଲେ ୩ -୩ ଜଣଙ୍କୁ ଦେଇଗଲା ନୂଆ ଜୀବନ ; ଅଲିଅଳି ନାତୁଣୀକୁ ହରାଇ ଦୁଃଖରେ ପରିବାର…

Published By : Prameya-News7 Bureau | July 28, 2020 IST

ଜୟପୁର ୨୮।୦୭: ମାତ୍ର ୬ ବର୍ଷ ବୟସରେ ଦୁନିଆ ଅଲବିଦା କଲା ଦେବୀଶ୍ରୀ । ହେଲେ ୩ ଜଣଙ୍କୁ ଦେଲା ନୂଆ ଜୀବନ । ଆବୁଧାବିରେ ରହୁଥିବା କୁନି ଝିଅର ବାପା-ମାଆଙ୍କୁ ଚାରିଆଡ଼ୁ ମିଳିଛି ପ୍ରଶଂସା । ତେବେ ଅଲିଅଳି ନାତୁଣୀକୁ ହରାଇ  ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଜୟପୁରରେ ରହୁଥିବା ତାଙ୍କ ପରିବାର ।

{"id":306500,"sizeSlug":"large"}

ମାତ୍ର ୬ ବର୍ଷ ବୟସରେ ଆଖିବୁଜିଲା ଦେବୀଶ୍ରୀ । ହେଲେ ୩ -୩ ଜଣଙ୍କୁ ଦେଲା ନୂଆ ଜୀବନ । କିଡନୀ, ଲିଭର ଏବଂ ପାନକ୍ରିୟାସ ଦାନ କରି ଅନ୍ୟ ପାଇଁ ସାଜିଲା ଉଦାହରଣ । ଗେହ୍ଲୀ ଝିଅ ଦେବୀଶ୍ରୀ ବାପା-ମାଙ୍କ ସହ ଆବୁଧାବିରେ ରହୁଥିଲା । ତେବେ ହଠାତ୍ ଝିଅର ହୃଦଘାତ ହେବାରୁ ପରିବାର ଲୋକେ ତାଙ୍କୁ ସେଖ୍ ଖଲିଫା ଡାକ୍ତରଖାନାକୁ ନେଲେ । ବଂଚିବା ଆଶା ନଥିବା କହିବା ପରେ ଦୁଃଖରେ ଭାଙ୍ଗି ପଡିଥିଲେ ବାପା  ଟି.ଅରୁଣ କୁମାର ଏବଂ ମାଆ ଟି.କିର୍ତ୍ତୀ ଦେବୀ । ଡାକ୍ତରଙ୍କ ପରାମର୍ଶ ପରେ ଝିଅର ଅଙ୍ଗଦାନ ପାଇଁ ରାଜି ହୋଇଯାଇଥିଲେ ଉଭୟ ।

{"id":306501,"sizeSlug":"large"}

ଫଳରେ ସେହି ଡାକ୍ତରଖାନାରେ କିଡନୀ, ଲିଭର ଜନିତ ରୋଗରେ ଆକ୍ରାନ୍ତ ୩ ପିଲା ପାଇଲେ ନୂଆ ଜୀବନ । ଏକମାତ୍ର  ଝିଅର ଫଟୋକୁ ଆଉଁସି ଲୁହ ଗଡ଼ାଉଛନ୍ତି ବାପା-ମାଆ । ହେଲେ ଝିଅର ଅଙ୍ଗ ପ୍ରତିରୋପଣ ହୋଇଥିବା ୩ ପିଲାଙ୍କୁ ଭିତରେ ଦେବୀଶ୍ରୀକୁ ଦେଖିପାରୁଛନ୍ତି ବାପା-ମାଆ । ତେବେ କୁନି ଝିଅର ଏ ମହତ ଦାନକୁ ବିଦେଶୀ ଗଣମାଧ୍ୟମରେ  ବେଶ୍ ପ୍ରଶଂସା ମଧ୍ୟ କରାଯାଇଛି ।

{"id":306502,"sizeSlug":"large"}

ସେପଟେ ନାତୁଣୀକୁ ହରାଇ ଜୟପୁରରେ ରହୁଥିବା ଅଜା-ଆଈଙ୍କ ଦୁଃଖ କହିଲେ ନସରେ । ନାତୁଣୀ ଅଙ୍ଗଦାନ କରି ୩ଜଣକୁ ନୂଆ ଜୀବନ ଦେଇଥିବାରୁ ସେମାନେ ଗର୍ବିତ । ହେଲେ ଚୁଲୁବୁଲି ନାତୁଣୀ ଯେ ଆଉ ଏ ଦୁନିଆରେ ନାହିଁ ଏକଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଏମାନେ । ୩ ଜଣଙ୍କୁ ନୂଆ ଜୀବନ ଦେବା ପାଇଁ ଯେମିତି ଦେବୀଶ୍ରୀ ଦୁନିଆକୁ ଆସିଥିଲା ବୋଲି କହିଛନ୍ତି ତାଙ୍କ ଅଜା-ଆଇ । ଶେଷରେ ସିନା ଦେବୀଶ୍ରୀ ମରିଗଲେ, କିନ୍ତୁ ବଞ୍ଚାଇଦେଇଗଲେ ୩-୩ଜଣଙ୍କ ଜୀବନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.