ଜମ୍ମୁକାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର ; ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାତୀ ମୃତ

Published By : Prameya-News7 Bureau | November 23, 2018 IST

ଜମ୍ମୁକାଶ୍ମୀର ୨୩|୧୧:  ଦକ୍ଷିଣ କାଶ୍ମୀରରେ ସେନାର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲା ସେକିପୋରା ଅଞ୍ଚଳରେ ଆତଙ୍କୀ ଲୁଚିଥିବା ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲସ୍ ଏବଂ ପୋଲିସ ଆରମ୍ଭ କରିଥିବା ଅପରେସନ୍ । ଉଭୟପଟୁ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବାହିନୀର ଗୁଳିରେ ୬ ଆତଙ୍କବାଦୀ ଟଳି ପଡିଥିବା ସୂଚନା ମିଳିଛି । ଏହି ଇଲାକାରେ ଏବେବି ଅପରେସନ ଚାଲିଛି । ଆହୁରି କିଛି ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ଆତଙ୍କୀଙ୍କ ପାଖରୁ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ କିଛି ମାସ ଧରି କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ସକ୍ରିୟ ହୋଇଛି । ଗତ ମଙ୍ଗଳବାର ସୋପିଆନରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଆତଙ୍କୀ ଟଳି ପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.