କାଲିଫର୍ଣ୍ଣିଆରେ ଦୁଇ ସପ୍ତାହରେ ୬ ବାତ୍ୟା, ଗଲାଣି ୧୯ ଜୀବନ, ବ୍ୟାପକ କ୍ଷୟକ୍ଷତି ଭିତରେ ଏମରେଜନ୍ସି ଘୋଷଣା

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ତାଣ୍ଡବ ରଚିଛି ବାତ୍ୟା । ବନ୍ୟା, ବାତ୍ୟା, ହିମପାତ ଏବଂ ଭୂ-ସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇସାରିଛି । ରାଜ୍ୟରେ ଆହୁରି ବନ୍ୟା ଏବଂ ଭୂ-ସ୍ଖଳନ ହେବା ନେଇ ଚେତବାନୀ ଜାରି କରାଯାଇଛି । ଏହାସହ ବିଜୁଳି ସେବା ମଧ୍ୟ ଠପ୍ ହୋଇଯାଇଛି । ଏଠାରେ ଅଧିକ ଥାଣ୍ଡା ପବନ ବୋହିବାରେ ଲାଗିରେ, ଫଳରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ରାଜ୍ୟରେ ଗତ ଦୁଇ ସପ୍ତାହରେ ଅର୍ଥାତ ଡିସେମ୍ୱର ୨୬ରୁ ବର୍ତ୍ତମାନ ସୁଦ୍ଧା ଛଅଟି ବଡ଼ ବାତ୍ୟା ଆସି ସାରିଛି । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକେ ପ୍ରଭାବିତ ହୋଇଛନ୍ତି । ୩.୪ କୋଟି ଲୋକଙ୍କ ଉପରେ ଏବେ ବି ବନ୍ୟାର ବିପଦ ରହିଛି । ବାତ୍ୟା ଯୋଗୁଁ ଏବେ ବି ୨ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଜୁଳି ନାହିଁ ।

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର କାର୍ମେଲ ଏବଂ ପେବଲ ବିଚ୍ ପରି ଉତ୍ତର କାଲିଫର୍ଣ୍ଣିଆ ସହରରେ ସଲିନାସ ନାଦୀର ପାଣି ପଶିଛି । ଏସବୁ ସହର ଗୁଡିକ ଦ୍ୱୀପରେ ପରିଣତ ହୋଇଛନ୍ତି । ନଦୀ କୂଳରେ ପ୍ରାୟ ୨୪ ହଜାର ଲୋକେ ବସବାସ କରୁଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କାଲିଫର୍ଣ୍ଣିଆର ସ୍ଥିତିକୁ ନଜରରେ ରଖି ରାଜ୍ୟରେ ଏମରଜେନ୍ସ ଲାଗୁ କରିଛନ୍ତି । ବନ୍ୟା ଯୋଗୁଁ ରାଜ୍ୟରେ ପିସ୍ତା, ବାଦାମ, ଟମାଟ, କପା ଏବଂ ଅନ୍ୟ ଫସଲର ବ୍ୟାପକ କ୍ଷତି ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.