୬ଟି ରାଜ୍ୟରେ ନୂଆ ରାଜ୍ୟପାଳ, ଆନନ୍ଦିବେନ୍ ପଟେଲ ହେଲେ ଉତ୍ତରପ୍ରଦେଶ ରାଜ୍ୟପାଳ
20/07/2019 at 3:07 PM

ନୂଆଦିଲ୍ଲୀ ୨୦|୭: ୬ଟି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତି କରାଯାଇଛି | ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ତ୍ରିପୁରା, ବିହାର ଏବଂ ନାଗାଲାଣ୍ଡରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି | ଦୁଇଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଥିବାବେଳେ ଅନ୍ୟ ୪ଟି ରାଜ୍ୟରେ ନୂଆ ନିଯୁକ୍ତି ଦିଆଯାଇଛି ।
ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ବଦଳି କରାଯାଇଛି | ଉତ୍ତରପ୍ରଦେଶର ରାଜ୍ୟପାଳ ଥିଲେ ରାମ ନାଇକ | ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଲାଲ ଜି ଟଣ୍ଡନଙ୍କୁ ବଦଳି କରାଯାଇଛି । ବିହାରର ରାଜ୍ୟପାଳ ଥିଲେ ଲାଲ ଜି ଟଣ୍ଡନ |
ସେହିପରି ବିହାର ରାଜ୍ୟପାଳ ଭାବେ ଫଗୁ ଚୌହାନଙ୍କୁ ନିଯୁକ୍ତି କରାଯାଇଛି । ଜଗଦୀପ ଧନକଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ କେଶରୀ ନାଥ ତ୍ରିପାଠୀ ।
ସେହିପରି ରମେଶ ବାଇଶଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି | ତ୍ରିପୁରା ରାଜ୍ୟପାଳ ଥିଲେ କାପ୍ତାନ ସିଂହ ଶୋଲାଙ୍କି । ଆର ଏନ ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି |