ମାନିଲେନି କୋଭିଡ଼ ନିୟମ, ସିଲ୍‌ ହେଲା ଦୋକାନ

Published By : Prameya-News7 Bureau | July 27, 2020 IST

ଭଦ୍ରକ ୨୭।୦୭: କରୋନା ସଂକ୍ରମଣ ରୋକିବାକୁ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । କିନ୍ତୁ କିଛି ଅମାନିଆଙ୍କୁ ଯେତେ ବୁଝାଇଲେ ବି , ସେମାନେ ବୁଝିବାକୁ ନାରାଜ । ବାରମ୍ବାର ବୁଝାଇବା ପରେ ବି କୋଭିଡ଼ ନିୟମ ଉଲ୍ଲଂଘନ କରୁଛନ୍ତି । ଯାହାକୁ ଦୃଷ୍ଟିରେ ଆଜି ଭଦ୍ରକ ଜିଲ୍ଲା ପ୍ରଶାନ ପକ୍ଷରୁ ୬ଟି ଦୋକାନକୁ ସିଲ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ ନିୟମକୁ ଉଲ୍ଲଂଘନ ନକରିବା ପାଇଁ ବାରମ୍ବାର ଅପିଲ କରାଯାଉଛି । ତାପରେ ବି କୋଭିଡ ନିୟମ ମାନୁମାହାନ୍ତି । ଶେଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୬ଟି ଦୋକାନକୁ ସିଲ କରାଯାଇଛି। ଦୋକାନ ଗୁଡିକ କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍‌ କରାଯାଇଛି । ଏକତା ମାର୍କେଟ ଓ ଅପର୍ତିବିନ୍ଧା ଛକର କିଛି ଦୋକାନ ଗୁଡିକ ସହରାଞ୍ଚଳ ପୋଲିସ ଉପସ୍ଥିତିରେ ସିଲ କରିଛନ୍ତି ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.