ଆଦର୍ଶ ଥାନା ପୋଲିସର ଚଢାଉ, ୨୬ ଲକ୍ଷର ବ୍ରାଉନ୍‌ସୁଗାର ଜବତ

Published By : Prameya-News7 Bureau | February 20, 2024 IST

ଖୋର୍ଦ୍ଧା ୨୦।୦୨ :  ଖୋର୍ଦ୍ଧା ଆଦର୍ଶ ଥାନା ଗୁରୁଜଙ୍ଗ ମହୋତ୍ସବ ପଡିଆରେ ଚଢାଉ । ୨୬୨ ଗ୍ରାମର ବ୍ରାଉନସୁଗାର ସହ ଗୋଟିଏ ସ୍କର୍ପିଓ, ୫ଟି ମୋବାଇଲ୍‌ ଜବତ  ହୋଇଛି । ଜଣେ ମହିଳା ସମେତ ୬ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଗତ କିଛି ହେଲା ଏହି ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ପୂର୍ବ ସୂଚନାକୁ ଆଧାର କରି ଗୁରୁଜଙ୍ଗ ମହୋତ୍ସବ ପଡିଆରେ ଚଢାଉ କରିଥିଲା ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଏହି ଚଢାଉରେ ପୋଲିସକୁ ୨୬୨ ଗ୍ରାମର ବ୍ରାଉନ୍‌ସୁଗାର ମିଳିଛି । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ।

ସେହିପରି ବ୍ରାଉନ୍‌ସୁଗାର ସହ ଗୋଟିଏ ସ୍କର୍ପିଓ ଗାଡି, ୫ଟି ମୋବାଇଲ୍‌ ଜବତ ସହ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି କାରବାର୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଳତାଡ଼ କରୁଛି ପୋଲିସ । ତେବେ ଖୋର୍ଦ୍ଧା ଜେଲ୍‌ ଭିତରୁ ଏହି ବ୍ରାଉନ୍‌ସୁଗାର କାରବାର ଅପରେଟ୍‌ ହେଉଥିବା ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/go-tell-rohit-sharma-anil-kumbles-advice-to-yashasvi-jaiswal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/go-tell-rohit-sharma-anil-kumbles-advice-to-yashasvi-jaiswal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.