ନେପାଳରେ ୬.୩ ତୀବ୍ରତାର ଭୂକମ୍ପ ଝଟ୍‌କା, ୬ ମୃତ

Published By : Prameya-News7 Bureau | November 09, 2022 IST

କାଠମାଣ୍ଡୁ ୦୯।୧୧ : ନେପାଳରେ ଜୋରଦାର ଭୂକମ୍ପ ଝଟକା । ଏଥିରେ ୬ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  

ଖବର ଅନୁଯାୟୀ,  ବିଳମ୍ବିତ ରାତି ୨ଟା ୧୨ ମିନଟରେ ପଶ୍ଚିମ ନେପାଳରେ ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ୬.୩ ରହିଥିଲା । ଭୂମିକମ୍ପ ଭୂପୃଷ୍ଟର ୧୦ କିଲୋମିଟର ଗଭୀର ଥିବା ଜଣାପଡିଛି । ଭୂମିକମ୍ପରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଡୋଟି ଜିଲ୍ଲା ଭୁକମ୍ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେଠାରେ ଏକ ଘର ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି। ଭୂମିକମ୍ପସ୍ଥଳରେ ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂକମ୍ପରୁ ଝଟ୍ କା ଅନୁଭୂତ ହୋଇଥିଲା । କିଛି କ୍ଷଣ ପାଇଁ ଥରିଥିଲା ଭୂପୃଷ୍ଠ । ଫଳରେ ଭୟରେ ଲୋକମାନେ ବାହାରକୁ ପଳାଇଆସିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.