ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ

Published By : Prameya-News7 Bureau | May 08, 2020 IST

କେନ୍ଦୁଝର ୮|୫ : କେନ୍ଦୁଝର ଜିଲ୍ଲା ସୋସ ଥାନା ହରଡବାଡି  ଗାଁରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ମା’ ସହ ଦୁଇ ପୁଅ ଓ ୩ ଝିଅ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ୨ ଜଣ ନାବାଳିକା ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ବାଡିରେ ଥିବା ସୁଖିଲା କାଠ ଉପରେ ଫୁଟିଥିବା ଛତୁକୁ ଗାଁର ଚମ୍ପା ମୁର୍ମୁ ତୋଳି ଆଣିଥିଲେ । ସେଗୁଡିକୁ ଭାଜିବା ପରେ ଚମ୍ପା ଓ ତାଙ୍କର ୨ ପୁଅ ଓ ୩ ଝିଅ ମିଶି ପଖାଳ ଖାଇଥିଲେ । ଖାଇବାର ଅଧଘଣ୍ଟାଏ ପରେ ସମସ୍ତେ ବାରମ୍ବାର ବାନ୍ତି କରି ଅସୁସ୍ଥତା ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସ ସହାୟତାରେ ଗ୍ରାମବାସୀ ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅସୁସ୍ଥ ମଧ୍ୟରେ ମା’ ଚମ୍ପା ମୁର୍ମୁ  ବଡପୁଅ ଅନେସ୍,  ଅନନ୍ତ,  ଝିଅ ସୀତା ଓ ଦୁଇ ନାବାଳିକା ଝିଅ ଜସ୍ମି ଓ ଜୟନ୍ତି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.