ଧରାପଡିଲେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍, ତାଲା କାଟି ଘରୁ ଲୁଟି ନେଉଥିଲେ ସୁନା ଅଳଙ୍କାର ଓ ଦାମୀ ଜିନିଷ

Published By : Prameya-News7 Bureau | August 17, 2021 IST

କଟକ ୧୭।୮: ଚୌଦ୍ବାର ଥାନା ପୋଲିସ କବଜାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଗିରଫ ଅଭିଯୁକ୍ତମାନେ ଚୌଦ୍ବାର ଓ ଜଗତପୁର ଅଞ୍ଚଳରେ ଦୀର୍ଘ ଦିନ ହେବ ଲୁଟପାଟ ଚଳାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ତାଲା କାଟି ଲୁଟି ନେଉଥିଲେ ସୁନା ଅଳଙ୍କାର ଓ ଦାମୀ ଜିନିଷ । ଗତ ୨୮ ତାରିଖ ଦିନ ଚୌଦ୍ବାର ଅଞ୍ଚଳର ମନୋଜ କୁମାର ବରାଳ ନାମକ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ ଏନେଇ ମନୋଜ ଅଭିଯୋଗ କରିବା ପରେ ଚୌଦ୍ବାର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଚିକୁ ଓରଫ ଅନୀଲ କୁମାର ବେହେରାକୁ ଗିରଫ କରିବା ସହ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୮ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ଲାପଟପ ସମେତ ତାଲା କାଟିବା କଟର ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ପ୍ରମୋଦ ରଥ ସୂଚନା ଦେଇଛନ୍ତି ।

{"id":497329,"width":754,"height":594,"sizeSlug":"full","linkDestination":"none"}

ଚିକୁ ଓରଫ ଅନୀଲ କୁମାର ବେହେରାର ଘର ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଶଗଡିଆ ସାହିରେ । ଲୁଟ୍ କରିବାରେ ମାହିର ଥିବା ଚିକୁ ପୂର୍ବରୁ ଚେନ୍ ଲୁଟ୍ କରିବାରେ ଥିଲା ମାହିର । ଯେଉଁଥି ପାଇଁ ଗତ ବର୍ଷ ଚିକୁକୁ ଏନକାଉଣ୍ଟର କରିଥିଲା ପୋଲିସ । ତେବେ ଚିକୁ ସୁସ୍ଥ ହୋଇ ଜେଲରୁ ଜାମିନରେ ଆସିବା ପରେ ନିଜର ଗ୍ୟାଙ୍ଗ କରି ଚେନ୍ ଲୁଟ୍ କରିବା ସହ ବିଭିନ୍ନ ଘରୁ ମଧ୍ୟ ଆରମ୍ଭ କରି ଦେଇଥିଲା ଲୁଟପାଟ । ତେବେ ଚିକୁ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତକ ନାମରେ ସହର ଓ ସହର ବାହାରେ ବିଭିନ୍ନ ସ୍ଥାନରେ  ଏକାଧିକ ମାମଲା ଥିବା ଅତିରିକ୍ତ ଡିସିପି କହିଛନ୍ତି ।

{"id":497330,"width":755,"height":573,"sizeSlug":"full","linkDestination":"none"}

ଏହି ଗ୍ୟାଙ୍ଗ୍ ନେଇ ଅଧିକ ଖୋଳତାଡ କରୁଛି କମିଶନରେଟ୍ ପୋଲିସ । ଆବଶ୍ୟକ ପଡିଲେ ମାଷ୍ଟର ମାଇଣ୍ଡ ଚିକୁ ସମେତ ଅନ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରାଯିବ ବୋଲି କହିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.