ବାର୍ହା ଆକ୍ରମଣରେ ୬ଜଣ ଆହତ, ମେଡିକାଲରେ ଭର୍ତ୍ତି
6/12/2020 at 8:56 AM

ପୁରୀ ୦୬।୧୨: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ଅଭାବନୀୟ । ବାରହା ଆକ୍ରମଣରେ ୬ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ବାଲି ସାହି ସାରଦା ଦେବୀ ରୋଡ ହରିଜନ ବସ୍ତିର ଉର୍ମିଳା ଦେଇ ଏବଂ ଗୁରୁତର ଥିବା ବ୍ୟକ୍ତି ରୋହିଣୀ ଦେଇ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆଜି ଭୋର ୪ଟାରେ ସୁଇପର କାର୍ଯ୍ୟ କରିବା ପାଇଁ ଯିବା ସମୟରେ ବାର୍ହା ଆକ୍ରମଣ କରିଥିଲା । ସ୍ବର୍ଗଦ୍ବାର ଅଞ୍ଚଳ ଭାରତ ସେବାଶ୍ରମ ସ୍କୁଲ ନିକଟରେ ବାରହା ଆକ୍ରମଣର କରିଥିଲା । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
Related Posts
ରାସ୍ତାକଡ଼ରେ ପଡିଛି କ୍ଷତାକ୍ତ ମୃତଦେହ, ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ
2 February 2023