krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପର ସର୍ବଶ୍ରେଷ୍ଠ ଟିମ୍‌ ଚୟନ କଲା ଆଇସିସି, ୬ ଭାରତୀୟଙ୍କୁ ମିଳିଲା ସ୍ଥାନ, ରୋହିତ ଶର୍ମା ଅଧିନାୟକ

20/11/2023 at 4:58 PM

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ ସରିବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଟିମ୍ ଚୟନ କରିଛି । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ନିଜ ଟିମର ନେତୃତ୍ୱ ଦେଇଛି । ଆଇସିସି ନିଜ ଟିମରେ ୬ ଭାରତୀୟ ଖେଳାଳିଙ୍କୁ ସ୍ଥାନ ଦେଇଛି । ଅନ୍ୟପଟେ ବିଜେତା ଅଷ୍ଟ୍ରେଲିଆର କେବଳ ଦୁଇ ଖେଳାଳିଙ୍କୁ ଟିମରେ ସ୍ଥାନ ମିଳିଛି । ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାର ଜଣେ ଲେଖାଏ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି । ପାକିସ୍ତାନ, ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ଓ ନେଦରଲାଣ୍ଡର କୌଣସି ଖେଳାଳିଙ୍କୁ ଏଥିରେ ସାମିଲ କରାଯଆଇ ନାହିଁ ।

ପଢନ୍ତୁ: ଆଖିରେ ଛଳ ଛଳ ଲୁହ, ନିରାଶ… ଏମିତି ଥିଲା ଭାରତୀୟ ଡ୍ରେସିଂ ରୁମ୍‌ରେ ବିଶ୍ଵକପ୍‌ର ଶେଷ ମେଡାଲ ସେରେମନି

ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ମହମ୍ମଦ ଶାମି, ଜଶପ୍ରୀତ ବୁମରାହ, ରବିନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲଙ୍କ ଟିମରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମାକ୍ସୱେଲ ଓ ଆଡମ ଜାମ୍ପାଙ୍କୁ ଟିମରେ ସାମିଲ କରାଯାଇଛି । ଚୟନ ପ୍ୟାନେଲରେ ଇୟାନ ବିଶପ, କେସ ନାଇଡୁ, ସେନ ୱାଟସନ (କମେଣ୍ଟଟେଟର), ୱାସିମ ଖାନ (ଆଇସିସି ମହାପ୍ରବନ୍ଧକ, କ୍ରିକେଟ୍) ଓ ସୁନୀଲ ବୈଧ (ସାମ୍ୱାଦିକ) ସାମିଲ ଥିଲେ ।

ଆଇସିସି ଟିମ୍ : କ୍ୱିଣ୍ଟନ ଡିକକ (ୱିକେଟକିପର), ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଡେରିଲ ମିଶେଲ, କେଏଲ୍ ରାହୁଲ, ଗ୍ଲେନ୍ ମାକ୍ସୱେଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରାହ, ଦିଲଶାନ ମଦୁଶଙ୍କା, ଆଡମ ଜମ୍ପା, ମହମ୍ମଦ ଶାମି,  ଗେରାଲ୍ଡ କୋଏଜି ।

Also Read: ୱାର୍ଲ୍ଡକପ୍‌ ହାରିବା ପରେ ଦୁଃଖରେ ଭାଙ୍ଗିପଡିଲେ ବିରାଟ୍‌, ଆଲିଙ୍ଗନ କରି ସ୍ଵାମୀଙ୍କୁ ସମ୍ଭାଳିଲେ ଅନୁଷ୍କା

   Related Posts