ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ପରିବାରର ୬ ବଖରା ଘର

Published By : Prameya-News7 Bureau | November 21, 2023 IST

ଭଦ୍ରକ ୨୧।୧୧: ଜଳିଗଲା ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୬ ବଖରା ଘର । ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ପରିବାରର ୬ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଅଚକ ପଞ୍ଚାୟତ ସେଠୀସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗୋଟିଏ ପରିବାରର ୪ ବଖରା ଘର । ଏଥିସହ ପଡୋଶୀଙ୍କ ୨ ବଖରା ଘର । ବାକ୍ସରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା ଭସ୍ମୀଭୂତ ହୋଇଯାଇଛି । ସମସ୍ତ ଆସବାବପତ୍ର, ପୋଷାକ, ଧାନ ଚାଉଳ, ସୁନା ଓ ଟଙ୍କା ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଗ୍ରାମବାସୀ ଓ ତିହିଡି ଅଗ୍ନିଶମ ବିଭାଗ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଦୁଇଟି ପରିବାର ସର୍ବସ୍ବାନ୍ତ ହୋଇ ସାରିଥିଲେ ।

You Can Read :

wp:embed {"url":"https://www.prameyanews7.com/three-trains-in-one-track-near-rourkela-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-trains-in-one-track-near-rourkela-station/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.