ଡେଙ୍ଗୁରେ ୬ଜଣ ଆକ୍ରାନ୍ତ ସନ୍ଦେହ, ବେଙ୍ଗାଲୁରୁକୁ ପଠାଗଲା ରକ୍ତ ନମୂନା

Published By : Prameya-News7 Bureau | July 21, 2019 IST

ଲକ୍ଷ୍ମୀପୁର ୨୧|୭: ଡେଙ୍ଗୁ ସନ୍ଦେହରେ ୬ଜଣ କୋରାପୁଟ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ନବରଙ୍ଗପୁର ଜିଲ୍ଲା ଉମରକୋଟର ୧୨ନଂ ୱାର୍ଡର  ଡିଏନକେ କଲୋନୀର ବାସିନ୍ଦା ।  ୬ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ବେଙ୍ଗାଲୁରୁକୁ ପଠାଯାଇଛି । ଆକ୍ରାନ୍ତମାନେ ହେଲେ ସୁଧିର ହରିଜନ, କାହ୍ନୁ ହରିଜନ, ରାଜୁ ହରିଜନ, ଲିଙ୍ଗରାଜ ହରିଜନ, ସୁରଜ ହରିଜନ ଓ ବିନୋଦ ହରିଜନ । ସେମାନଙ୍କ ମଧ୍ୟରୁ ବିନୋଦ ହରିଜନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବିନୋଦ ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଜ୍ବର ହେବାରୁ ସେ ଫେରି ପ୍ରଥମେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ସମସ୍ତଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଆକ୍ରାନ୍ତଙ୍କୁ ଭେଷଜ ବିଭାଗର ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.