Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନେକ ରୋଗକୁ ମାତ୍ ଦେବ ଧଳା ଆମ୍ବ, ଜାଣନ୍ତୁ କଣ ମିଳିବ ଫାଇଦା…

4/06/2023 at 1:23 PM

ନୂଆଦିଲ୍ଲୀ ୦୪।୦୬: ଗ୍ରୀଷ୍ମଋତୁ ଆରମ୍ଭ ହେବା ମାନେ ଆସିଯାଇଥାଏ ଆମ୍ବ । ଆଉ ଆମ୍ବ ପ୍ରେମୀଙ୍କ ଯୋଗୁଁ ବଢିବାକୁ ଲାଗିଥାଏ ଆମ୍ବର ଚାହିଦା । ଆମ୍ବର ଅନେକ ଭେରାଇଟ୍ ଯେପରିକି ମାଲଦା, ଦୁସେହେରୀ, ଟୋଟାପାରି, ହାପୁସ୍, ସିନ୍ଧୁରା ଇତ୍ୟାଦି ଅନେକ ପ୍ରକାରର ରହିଛି । ସାଧାରଣତଃ ଆପଣ ସମସ୍ତେ ଏସବୁର ସ୍ବାଦ ଚାଖିଥିବେ କିନ୍ତୁ ଆପଣ କେବେ ଧଳା ଆମ୍ବ ଖାଇଛନ୍ତି କି ? ହଁ ଧଳା ଆମ୍ବ … ଧଳା ଆମ୍ବ ବାଣୀ ନାମରେ ଜଣାଶୁଣା ।  ଯାହା ବାଲିରେ ମିଳିଥାଏ । ତଥାପି ଧିରେ ଧିରେ ଏହି ଫଳର ଲୋକପ୍ରିୟତା ବଢୁଛି ।  ଏହାର ବିଶେଷତ୍ୱ ​​ହେଉଛି ଏହା କେବଳ ସ୍ୱାଦରେ ଭଲ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଆସନ୍ତୁ ଜାଣିବା ଏହାର ଉପକାରିତା ଉପରେ…  

୧.କର୍କଟ ଭଳି ଗମ୍ଭୀର ରୋଗର ଆଶଙ୍କାକୁ ହ୍ରାସ କରିଥାଏ ଧଳା । କାରଣ ଧଳା ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଟେ । ଯାହା ଆପଣଙ୍କୁ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

୨.  ଧଳା ଆମ୍ବରେ ଭିଟାମିନ୍ ସି ଭରପୂର ରହିଛି । ଯାହା ଅନେକ ଶାରୀରିକ କାର୍ଯ୍ୟରେ ସାହାଯ୍ୟ କରିଥାଏ ।  ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ଧଳା ଆମ୍ବ ସୁସ୍ଥ ଚର୍ମ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

୩. କୁହାଯାଏ ଯେ ଯଦି ହଜମ ପ୍ରକ୍ରିୟା ସଠିକ୍ ହୁଏ, ତେବେ ଅନେକ ରୋଗକୁ ଏଡାଇ ଦିଆଯାଇପାରେ । ଧଳା ଆମ୍ବ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଏଥିରେ ଥିବା ଫାଇବର ହଜମ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଧଳା ଆମ୍ବ ଏକ ଉପଯୁକ୍ତ ସମାଧାନ ଅଟେ ।

୪. ଧଳା ଆମ୍ବରେ ବିଟା କାରୋଟିନ୍ ମିଳିଥାଏ । ଯାହାକୁ ପ୍ରୋ ଭିଟାମିନ୍ ଏ ମଧ୍ୟ କୁହାଯାଏ । ଏହା ଆଖିର ପାଇଁ ବେଶ୍ ଲାଭଦାୟକ । ବିଟା କାରୋଟିନ ଅନ୍ଧାରକଣା ସମସ୍ୟାରୁ ରକ୍ଷା କରିପାରେ ।

୫. ଧଳା ଆମ୍ବରେ ଥିବା ବିଟା କାରୋଟିନ୍ ଅଷ୍ଟିଓଆର୍ଥ୍ରାଇଟିସ୍ ପ୍ରକ୍ରିୟାକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ ।

୬. ଧଳା ଆମ୍ବ ଫୁସଫୁସ କ୍ଷମତାକୁ ବଢାଇଥାଏ । ଯାହା ବ୍ରୋଙ୍କାଇଟିସ୍ ଏବଂ ଆଜମା ଭଳି ଶ୍ବାସକ୍ରିୟା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

You Can Read:

   Related Posts