vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନ୍ୟୁଜ୍‌ ସେଭେନର ପ୍ରଭାବ : ଦୁବାଇରୁ ଫେରିଲେ ୬ ଶ୍ରମିକ, ଏବେ ବି ଫଶିଛନ୍ତି ଆହୁରି ୧୨

27/07/2019 at 4:54 PM

ବ୍ରହ୍ମପୁର ୨୭|୭:  ଦୁବାଇରୁ ଫେରିଲେ ୬ ଶ୍ରମିକ, ଏବେ ବି ଆହୁରି ୧୨ ଜଣ ସେଠାରେ ଫଶିଛନ୍ତି । ଖଲ୍ଲିକୋଟ ଅଞ୍ଚଳରୁ ଏହି ୧୮ ଶ୍ରମିକ ରୋଜଗାର ଆଶାରେ ଦୁବାଇ ଯାଇଥିଲେ । କିନ୍ତୁ ପାରିଶ୍ରମିକ ବଦଳରେ ସେମାନେ ସେଠାରେ ଭୋଗିଲେ ନିର୍ଯାତନା । ମୁକ୍ତିପାଇଁ ଆକୁଳ ନିବେଦନ କରିଥିବା ଏହି ଶ୍ରମଜୀବୀଙ୍କ ସଂପର୍କରେ ନ୍ୟୁଜ୍‌ ସେଭେନ ବାରମ୍ବାର ଖବର ପ୍ରସାରଣ ପରେ, ସରକାର ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଅନ୍ୟ ୧୨ ଜଣଙ୍କ ଭାଗ୍ୟ କେବେ ଖୋଲିବ ତାହା ଅନିଶ୍ଚିତ ।

୬ ଜଣ ଫେରିଲେ, ଅନ୍ୟ ୧୨ ଜଣ ଏବେ ବି ଦୁବାଇରେ ଅଟକ ।  ଭିଟାମାଟି ଛାଡି ସୁଦୂର  ଦୁବାଇ ଯାଇଥିବା ଶ୍ରମିକଙ୍କ ଭଲ ରୋଜଗାର ସ୍ବପ୍ନ କେବଳ ଭାଙ୍ଗିନି, ସୀମା ଟପିଛି ଦୁର୍ଦ୍ଦଶା । ଖଲ୍ଲିକୋଟ ଅଞ୍ଚଳର ୧୮ ଜଣ ଶ୍ରମିକ ରୋଜଗାର ଆଶାରେ ଯାଇଥିଲେ ଦୁବାଇ । ସେମାନଙ୍କୁ ମାସକୁ ୩୫ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ତା ବଦଳରେ ମିଳିଲା କେବଳ  ଯନ୍ତ୍ରଣା ଓ ଦୁଃଖ। ତେବେ ଏହି ଘଟଣା ନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ । ଏହାପରେ ଏବେ  ଜିଲ୍ଲା ପ୍ରଶାସନ ଓ ସରକାର ୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଗାଁକୁ ଫେରିଛନ୍ତି କାଳିଆ ଜେନା, ଟୁନା ମଲ୍ଲିକ, ପବିତ୍ର ମଲ୍ଲିକ, ଶାନ୍ତୁନୁ ପଲ୍ଲେଇ, ଦିବାକର ନାହାକ ଓ କବି ଗୌଡ । ଭିଟାମାଟିରେ ପହଞ୍ଚିବାପରେ, ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଜିଲ୍ଲା ପ୍ରଶାସନ ଏ ନ୍ୟୁଜ୍‌ ସେଭେନ୍‌କୁ ଧନ୍ୟବାଦ ଦେଇଛନ୍ତି । ତା ସହ ଏବେ ବି ଦୁବାଇରେ ଫସିରହିଥିବା ସେମାନଙ୍କର ୧୨ ସହଯୋଗୀଙ୍କୁ  ଉଦ୍ଧାର କରିବା ଲାଗି ନିବେଦନ  କରିଛନ୍ତି ।

ଘର ଫେରନ୍ତା ଶ୍ରମଜୀବୀ ଦାଦନର ଦୁଃଖ ଓ ଯନ୍ତ୍ରଣା ବଖାଣିବା ବେଳେ କହିଛନ୍ତି, ଗାଁରେ  କଷ୍ଟ କରି କିଛି ବେଉଷା କରି ପରିବାର ପୋଷିବା ବରଂ ଭଲ ।  ଏପରିକି ଅନ୍ୟ ଶ୍ରମଜୀବୀଙ୍କୁ ବିଦେଶକୁ ଅଧିକ ରୋଜଗାର ଆଶାରେ ନଯିବାକୁ ଅନୁରୋଧ  ବି କରିଛନ୍ତି ।  ସେପଟେ ଦୁବାଇରେ ଅଟକ ଥିବା ୧୨ ଶ୍ରମିକଙ୍କ ପରିବାର ମଧ୍ୟ ପ୍ରଶାସନକୁ ତ୍ବରିତ ପଦକ୍ଷେପ ଲାଗି ନିବେଦନ କରିଛନ୍ତି ।  ଶ୍ରମିକଙ୍କ ଉଦ୍ଧାର ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସହ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

୬ ଶ୍ରମିକଙ୍କ ଉଦ୍ଧାର ପରେ ଆଶ୍ବସ୍ତି ସହ ଅନ୍ୟ ୧୨ ଶ୍ରମିକଙ୍କ ଉଦ୍ଧାର ନେଇ ଆଶା  ମଧ୍ୟ ସୃଷ୍ଟି ହୋଇଛି । କେବେ ସେହି ଶ୍ରମିକମାନେ ଘରକୁ ଫେରିବେ ଓ ସେମାନଙ୍କ ଆତ୍ମୀୟଙ୍କ ଓଠରେ ହସ ଫୁଟିବ ତାହାକୁ ଅପେକ୍ଷା ।  

   Related Posts