ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର

Published By : Prameya-News7 Bureau | November 30, 2020 IST

ସୋର ୩୦।୧୧: ବେଆଇନ ଓଭରଲୋଡିଂ କରିଥିବା ୬ଟି ଡମ୍ଫରରୁ ଫାଇନ ଆଦାୟ କଲେ ଏମଭିଆଇ । ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ବରଫ କଳ ଛକ ନିକଟରେ ସୋର ଟ୍ରକ୍ ମାଲିକ ସଂଘର କିଛ ସଦସ୍ୟ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ଟ୍ରକ୍ ସେମାନଙ୍କ ଆଡକୁ ମାଡି ଆସିଥିଲା । ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଟ୍ରକଟିକୁ ଅଟକାଇ ଓଭରଲୋଡିଂ କରି ଫ୍ଲାଏଆସ ନେଉଥିବାର ଦେଖିବାକୁ ପାଇଥିଲେ । ପରେ ଗୋଟିଏ ପରେ ଗୋଟିଏ ମୋଟ୍ ୬ଟି ଓଭରଲୋଡିଂ ଟ୍ରକକୁ ଅଟକାଇ ଏମଭିଆଇଙ୍କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ଜୁନିଅରଏମଭିଆଇ ଦେବାଶିଷ ମଲ୍ଲିକ ପହଞ୍ଚି ଡମ୍ଫରଗୁଡିକ ଓଭରଲୋଡିଂ ଥିବା ଦେଖି ଗୋଟିଏ ଡମ୍ଫର ପିଛା ୫୦ ହଜାର ୫୦୦ ଟଙ୍କା ଜରିମନା ଆଦାୟ କରିଥିଲେ । ତେବେ ଅଟକ ହୋଇଥିବା ଡମ୍ଫର ୬ଟି ଯାକ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିବା ବ୍ରିଜ୍ ଗୋପାଲ କନଷ୍ଟ୍ରକସନର ବୋଲି ଜଣାପଡିଛି । ଆଗରୁ ମଧ୍ୟ ବ୍ରିଜ୍ ଗୋପାଲ କନଷ୍ଟ୍ରକସନ ଓଭରଲୋଡିଂ କରି ଫାଇନ୍ ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.