ଦ୍ରୁତ ଗତିରେ ଆସି ରାସ୍ତାରେ ଚାଲୁଥିବା ଲୋକଙ୍କୁ ଚାପି ଦେଇଗଲା ଟ୍ରକ୍; ଚାଲିଗଲା ୬ ଜଣଙ୍କ ଜୀବନ

Published By : Prameya-News7 Bureau | January 22, 2023 IST

ଲକ୍ଷ୍ନୌ: କାର୍‌କୁ ଧକ୍କା ଦେଇ ଦ୍ରୁତ ଗତିରେ ମାଡ଼ିଆସିଲା ଟ୍ରକ୍। ରାସ୍ତାରେ ଚାଲୁଥିବା ଲୋକଙ୍କୁ ଚାପି ଦେଇ ଚାଲିଗଲା। ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶ ଉନ୍ନାଓ ଜିଲ୍ଲାରେ ଏଭଳି ଦୁର୍ଘଟଣା ଘଟିଛି।

ଟ୍ରକ୍ ଧକ୍କା ଦେଇଥିବା କାରରେ ୪-୫ ଜଣ ଲୋକ ଫସି ରହିଯାଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କ୍ରେନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  

କାର୍‌ ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ କରିଥିଲା। ଆହତ ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ମାମଲାରେ ତଦନ୍ତ ଆରମ୍ଭ କରିଛି।

ଘଟଣା ସ୍ଥଳରୁ ଏଏସ୍‌ପି ଶଶୀ ଶେଖର ସିଂହ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଅଚଳଗଞ୍ଜ ପୁଲିସ ଷ୍ଟେସନ ଅଧିନରେ ଆସୁଥିବା ଲକ୍ଷ୍ନୌ-କାନପୁର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.