ନିଲମ୍ବିତ ହେଲେ ୬ ସଫେଇ କର୍ମଚାରୀ, ଏଜେନ୍ସିକୁ କାରଣ ଦର୍ଶାଅ ନୋଟିସ୍

Published By : Prameya-News7 Bureau | September 01, 2023 IST

ଆନନ୍ଦପୁର ୧।୯: ସ୍ବାସ୍ଥ୍ୟ ସଚିବଙ୍କ ଆନନ୍ଦପୁର ଡାକ୍ତରଖାନା ଗସ୍ତର ପ୍ରଭାବ । ନିଲମ୍ବିତ ହେଲେ ୬ ସଫେଇ କର୍ମଚାରୀ । ସଫେଇ ଏଜେନ୍ସିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏ ନେଇ କେନ୍ଦୁଝର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ ସଚିବ ସାଲିନୀ ପଣ୍ଡିତ ଆନନ୍ଦପୁର ଡାକ୍ତରଖାନା ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସଚିବ ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ କ୍ଷୁବ୍ଧ ହୋଇ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଜଣାଯାଇଛି । ଏହି କାରଣକୁ କେନ୍ଦ୍ରକରି ଶୁକ୍ରବାର ଜିଲ୍ଲା ପ୍ରଶାସନ ତରଫରୁ ଆନନ୍ଦପୁର ଡାକ୍ତରଖାନାକୁ ନେଇ ତତ୍ପରତା ଦେଖିବାକୁ ମିଳିଥିଲା ।  ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ପରିମଳ ସମ୍ବନ୍ଧରେ ଟିକିନିକି ତନଖି କରିଥିଲେ । ଏହି ସମୟରେ ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସହ ଡାକ୍ତର ଅଭାବଜନିତ ସମସ୍ୟା ବିଷୟରେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଖୁବ୍ ଶୀଘ୍ର ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ବେଳେ ଡାକ୍ତରଖାନା ଠାରେ ପରିମଳ ଅବ୍ୟବସ୍ଥା ପାଇଁ ସଂପୃକ୍ତ ଠିକା ସଂସ୍ଥାକୁ ନୋଟିସ୍ କରାଯିବା ସହ ୬ ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/15-storey-apartment-building-will-be-built-on-outskirts-of-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/15-storey-apartment-building-will-be-built-on-outskirts-of-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.