ନୂଆଦିଲ୍ଲୀ ୪।୩: ସାରା ଦେଶ ପାଇଁ ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍, କୋଭିଡ ୧୯ । ଦିଲ୍ଲୀ, ହାଇଦ୍ରାବାଦ ଏବଂ ଜୟପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ତନାଘନା ଜୋର ଧରିଛି । ଏହି ରୋଗ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।
{"id":232521,"sizeSlug":"large"}ଜୟପୁରରେ ସନ୍ଦିଗ୍ଧ ଇଟାଲି ପର୍ଯ୍ୟଟକଙ୍କଠାରେ ଗତକାଲି କରୋନା ଭାଇରାସ ଚିହ୍ନଟ ହୋଇଥିଲା । ୬୯ ବର୍ଷ ବୟସ୍କ ଏହି ପର୍ଯ୍ୟଟକ ଜଣଙ୍କ ଜୟପୁର ବୁଲିବାକୁ ଆସିଥିଲେ । ତାଙ୍କ ପତ୍ନୀଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁନେ ପଠାଯାଇଛି । ଏମାନଙ୍କ ସହ ଇଟାଲିରୁ ଆସିଥିବା ସମସ୍ତ ୨୧ ପର୍ଯ୍ୟଟଙ୍କୁ ଆଇଟିବିପି କ୍ୟାମ୍ପର ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି ।
{"id":232522,"sizeSlug":"large"}ସେହିପରି ନୋଏଡାର ୬ ସନ୍ଦିଗ୍ଧଙ୍କ ପରୀକ୍ଷା ନୀରିକ୍ଷା ପରେ ସେମାନଙ୍କ ସାମ୍ପୁଲ ନେଗେଟିଭ ବାହାରିଛି । ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ପରୀକ୍ଷଣ ପାଇଁ ସାମ୍ପୁଲ ପଠାଯାଇଥିଲା ପୁନେ । କରୋନା ଭାଇରସ୍ ପଜିଟିଭ୍ ଥିବା ଦିଲ୍ଲୀର ବ୍ୟକ୍ତି ଜଣଙ୍କ ଆଗ୍ରାରେ ଏକ ପାର୍ଟି ଦେଇଥିଲେ । ଏଥିରେ ଗ୍ରେଟର ନୋଏଡାର ଏକ ଘରୋଇ ସ୍କୁଲର ୨ ଜଣ ପିଲାଙ୍କ ସମେତ ୫ ଜଣ ଅଭିଭାବକ ସାମିଲ ହୋଇଥିଲେ । କାଳେ ଏହି ବ୍ୟକ୍ତିଙ୍କଠାରୁ କରୋନା ଭାଇରସ୍ ସଂକ୍ରମିତ ହୋଇଥିବ ସନ୍ଦେହ କରି ସମସ୍ତ ପରିବାରକୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିଲା । ସିଡିଏମଓଙ୍କ ପରାମର୍ଶରେ ସ୍କୁଲକୁ ୯ ତାରିଖ ଯାଏଁ ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଆଜି ଏହି ସ୍କୁଲର ବ୍ରାଞ୍ଚ ସମେତ ମୋଟ୍ ୫ଟି ସ୍କୁଲକୁ ବନ୍ଦ କରିଦିଆଯାଇଛି ।
{"id":232524,"sizeSlug":"large"}ସାରା ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଶହ ଟପିଲାଣି । କେବଳ ଚୀନରେ ମୃତ୍ୟୁ ସଂଖ୍ୟା ଟପିଲାଣି ୩ ହଜାର । ସ୍ଥିତି ଏବେ ଇରାନରେ ମାରାତ୍ମକ ରୂପ ଧରିଲାଣି। ଇରାନରେ ମୃତ୍ୟୁ ସଂଖ୍ୟା ୭୯ ରେ ପହଞ୍ଚିଛି । ସ୍ଥିତିର ନିୟନ୍ତ୍ରଣ ପାଇଁ ସେନାକୁ ଦାୟିତ୍ବ ଦେଇଛନ୍ତି ଇରାନ ସରକାର । ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ହୋଇଛି । ବିଶ୍ବରେ ୯୨ ହଜାରରୁ ଅଧିକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ୭୦ ରୁ ଅଧିକ ଦେଶକୁ ବ୍ୟାପିଲାଣି କରୋନା । କରୋନା ମୁକାବିଲା ଲାଗି ବିଶ୍ବ ବ୍ୟାଙ୍କ ୧୨ ବିଲୟନ ଡଲାର ସହାୟତା ଯୋଗାଇ ଦେବ । କରୋନା ପ୍ରଭାବିତ ଗରିବ ରାଷ୍ଟ୍ରଙ୍କୁ ଏହି ଅର୍ଥ ଦିଆଯିବ ।