scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

RBIଙ୍କ ସୂଚୀରୁ ୬ ବ୍ୟାଙ୍କ ବାଦ, ଅଧିସୂଚନା ଜାରି

2/10/2020 at 4:50 PM

ନୂଆଦିଲ୍ଲୀ ୨।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନିଷ୍ପତ୍ତିରେ ୬ଟି ବ୍ୟାଙ୍କକୁ ତାଲିକାରୁ ବାଦ ଦେଇଛନ୍ତି। ଏହି ସବୁ ବ୍ୟାଙ୍କ ଆରବିଆଇଙ୍କ ବ୍ୟାଙ୍କ ଅଧିନିୟମର ଦ୍ୱିତୀୟ ଅନୁସୂଚୀରେ ଥିଲେ। ଏ ନେଇ ଆରବିଆଇଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଥିବା ବେଳେ ଏହି ସବୁ ବ୍ୟାଙ୍କ ହେଲେ ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ,ସିଣ୍ଡିକେଟ୍ ବ୍ୟାଙ୍କ ଓ ଏଲହାବାଦ ବ୍ୟାଙ୍କ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ଓରିଏଣ୍ଟଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ବିଲୟ ହୋଇଥିବା ବେଳେ ସିଣ୍ଡିକେଟ୍ ବ୍ୟାଙ୍କ ସହ କ୍ୟାନାରା ବ୍ୟାଙ୍କର ବିଲୟ ହୋଇଛି। ସେହିପରି ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଆନ୍ଧ୍ରବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ହୋଇଛି ଓ ଏଲହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କରେ ବିଲୟ ହୋଇଛି। ଏହି ସବୁ ବ୍ୟାଙ୍କ ମର୍ଜର ପରେ ଦେଶରେ ୭ ବୃହତ୍ତ ଓ ୫ କ୍ଷୁଦ୍ର ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଅଛନ୍ତି।

୨୦୧୭ ମସିହା ବେଳକୁ ଦେଶରେ ମୋଟ ୨୭ଟି ସରକାର ସ୍ୱୀକୃତ ବ୍ୟାଙ୍କ ଥିଲେ। ତେବେ ଏହି ମର୍ଜର ପରେ ବ୍ୟାଙ୍କମାନଙ୍କ ସଂଖ୍ୟା ୧୨କୁ ହ୍ରାସ ହୋଇଛି। ଏଣୁ ଏହି ସବୁ ବ୍ୟାଙ୍କ ଏବେ ଆରବିଆଇଙ୍କ ସୂଚୀରୁ ବାଦ ପଡିଛନ୍ତି। ସୂଚନାଯୋଗ୍ୟ ଯେ ଆରବିଆଇଙ୍କ ବ୍ୟାଙ୍କ ଅଧିନିୟମ ଦ୍ୱିତୀୟ ଅନୁସୂଚୀରେ ସାମିଲ ବ୍ୟାଙ୍କ ଦେଶରେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଭାବେ ଜଣାଯାଉଥିଲେ।  

   Related Posts