ଲୁଟେରାଙ୍କ ଟାର୍ଗେଟ୍‌ରେ ପିଆଜ , ରସୁଣ : ଟ୍ରକେ ପିଆଜ ଲୁଟ୍, ଆଗରୁ ନେଇଥିଲେ ୨ ଲକ୍ଷର ରସୁଣ

Published By : Prameya-News7 Bureau | December 28, 2019 IST

ପାଟନା ୨୮।୧୨ : ସୁନା , ରୂପା ଲୁଟୁଥିଲେ ଏବ ଟାର୍ଗେଟ୍ ପିଆଜ ରସୁଣବିହାରରେ ଏବେ ପିଆଜ-ରସୁଣ ଲୁଟେରା ରାକେଟ୍ ମାତିଛନ୍ତିକାରଣ ଏହି ଦୁଇ ସାମଗ୍ରୀର ଦର ଚଢା , କିନ୍ତୁ ଅଭାବ ହେତୁ ଚାହିଦା ଅଛିତେଣୁ ଏବେ ପିଆଜ- ରସୁଣ ଟ୍ରକ ଲୁଟେରାଙ୍କ ନିଶାନା ହୋଇଛିକଇମୁର ଜିଲ୍ଲାରେ ଗୁରୁବାର ରାତିରେ ଜଣ ବନ୍ଧୁକଧାରୀ ଏକ ଟ୍ରକରେ ବୋଝେଇ ହୋଇ ଯାଉଥିବା ଟନ୍ ପିଆଜ ଲୁଟି ନେଇଛନ୍ତିରାଜପଥରୁ ଟ୍ରକ ସହ ପିଆଜ ଲୁଟି ନେଇଥିବା ଦୁର୍ବୃତ୍ତ ଏକ ସ୍ଥାନରେ ପିଆଜ ସବୁ ଅନଲୋଡିଂ କରି ଅନ୍ୟତ୍ର ପଠାଇ ଦେଇ ଟ୍ରକ୍‌କୁ ଛାଡି ଚାଲି ଯାଇଛନ୍ତିଚୋରି ପିଆଜର ବଜାର ମୂଲ୍ୟ ଲକ୍ଷ ୫୦ ହଜାର ଟଙ୍କା ହେବ

{"id":203808,"width":581,"height":387,"sizeSlug":"large"}

 ପୋଲିସ ସୂଚନା ଅନୁଯାୟୀ, ମୋହନିଆ ପୋଲିସ ଥାନା ଅନ୍ତର୍ଗତ ଗ୍ରାଣ୍ଡଟ୍ରଙ୍କ ରୋଡ୍ ବା ଏନଏଚ୍ ୨ରେ  ଗୁରୁବାର ରାତିରେ ଏକ ପିଆଜ ଟ୍ରକ୍‌କୁ ହାଇଜାକ୍ କରିନେଇଥିଲେ ଜଣ ବନ୍ଧୁକଧାରୀସେମାନେ ଏକ କାର୍‌ରେ ଟ୍ରକଟିକୁ ପିଛା କରି ଡ୍ରାଇଭର ଦେଶରାଜକୁ ଭୟଭୀତ କରି ଟ୍ରକକୁ ନେଇଯାଇଥିଲେତାପରେ ଏକ ସ୍ଥାନରେ ଟ୍ରକକୁ ରଖି ସେଥିରେ ଥିବା ୧୨୦ ବସ୍ତା ପିଆଜକୁ ଅନଲୋଡ କର ଅଜଣା ସ୍ଥାନକୁ ଚାଲାଣ କରିଦେଇଥିଲେତାପରେ  ଡ୍ରାଇଭର ଦେଶ ରାଜକୁ ଘଣ୍ଟାଧରି କାରରେ ବୁଲାଇବା ପରେ ନିଚ୍ଛାଟିଆ ସ୍ଥାନରେ ଛାଡି ଦେଇଥିଲେପରେ ଦେଶରାଜ ଅନ୍ୟ ଏକ ଗାଡିରେ ଆସି ତାର ଖାଲି ଟ୍ରକକୁ ପାଇଥିଲାଦେଶରାଜଙ୍କ ମାଲିକଙ୍କ ଠାରୁ ଖବର ପାଇ ପୋଲିସ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଛି

{"id":203810,"width":575,"height":348,"sizeSlug":"large"}

 ପୋଲିସ ସୂଚନା ଅନୁଯାୟୀ, ଠିକ୍ ସମାନ ଢଙ୍ଗରେ ଡିସେମ୍ବର ୬ ରେ ଏକ ରସୁଣ ବୋଝେଇ ଗାଡିକୁ ଲୁଟିଥିଲେ ଲୁଟେରା ।କଇମୁର ଜିଲ୍ଲାର କୁଦ୍ରା ଥାନା ଅଞ୍ଚଳରେ ୬୪ ବସ୍ତା ରସୁଣ ଲୁଟି ନେଇଥିଲେ  ଲୁଟେରା ।ସେହି ଲୁଟ ରସୁମର ବଜାର ଦାର ୨ ଲକ୍ଷ ଟଙ୍କା ହେବ । କେବଳ ବିହାର ନୁହେଁ , ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏପରି ପିଆଜ ଚୋରୀ ଘଟଣା ଏବେ ବି ଚର୍ଚ୍ଚାରେ ରହିଛି । ଗ୍ୱାଲିୟରରେ ଦୁଇ ଜମ ଯୁବକ ପିଆଜ ଟ୍ରକ ଲୁଟ କରି ୧୦ ରୁ ୨୦ ଟଙ୍କାରେ ବିକି ଏବେ ଜେଲରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.